STORYMIRROR

Manaswinee Dash

Classics

3  

Manaswinee Dash

Classics

ମାନବିକତା

ମାନବିକତା

1 min
222



ଘନ କଳା ମେଘ ବରଷି ଯାଉଛି, 

ବିଜୁଳି ଘଡଘଡି ରେ ଚଉପାଖ ପ୍ରକ୍ମପିତ, 

ପବନର ସାଇଁ ସାଇଁ ଶବ୍ଦ ଶୁଭୁଛି, 

ଜରୁରୀ କାମ ପାଇଁ ମୁଁ ବ୍ଯସ୍ତ। 


ରିକ୍ସା ଖନ୍ଡେ ବି ଦେଖୁନି,

ଦିଜଣ ତ ମୁହଁ ରେ ମନାକଲେ, 

ଛତା ଧରି ଯାଇ ହବନି, 

ଗୋଟେ ଭାଇ ମୋ କଥାରେ ରାଜିହେଲେ। 


ନେଲେ ମୋତେ ସେ ରିକ୍ସା ରେ ବସେଇ, 

ମୁଁ ତ ବସିଛି ଘୋଡି, 

ବରଷା କୁ ନକରି ଖାତିରି, 

ମୋ ଗନ୍ତବ୍ଯ ପଥ କୁ ଚାଲିଲେ ମାଡି। 


ମନରେ ମାନବିକତା ହେଲା ଜାଗ୍ରତ, 

ମୋ ହାତ ଛତା କି କରିବ, 

ଛତା ଖୋଲି ତାନ୍କତାନ୍କୁ କଲି ଆଛ୍ଚାଦିତ, 

ପଲଟି କରି ଦେଖିଲେ କରି ଖୁସି ଅନୁଭବ। 


ସାମାନ୍ୟ ମାନବିକତା, 

କେତେ ନୁଆ ସଂପର୍କ ଗଡିଚାଲେ, 

ମାନବିକତା ବିନା ଜୀବନ ଭୋଗେ ଉଦାସୀନତା, 

ଖୁସିର ରାସ୍ତା ନ ଖୋଲେ। 



Rate this content
Log in

Similar oriya poem from Classics