STORYMIRROR

Manaswinee Dash

Classics

3  

Manaswinee Dash

Classics

ବୁଢୀ ଆଇ ଓ ନାତି

ବୁଢୀ ଆଇ ଓ ନାତି

1 min
209


ଗଲାଣି ମୋ ଆଇ ବୁଢୀ ହୋଇ, 

ଅନ୍ଟା ଟା ତାର ଗଲାଣି ବଙ୍କେଇ 

ଚାଲେ ସିଏ ବାଡି ଆଶ୍ରା ନେଇ, 

ହେଲେ ତିଳେ ହେଲେ କୋଉ କାମରେ

ହାର ମାନେ ନାହିଁ । 


ଦିନେ କହିଲି ମୁହିଁ, 

ଆଉ ତୁ ମୋତେ ପାରିବୁନି କାଖେଇ, 

ହସି ହସି କହିଲା ସେଇ, 

ନାତି ଟୋକା ମୋର ସାହସ ଜାଣି ନ ପାରଇ।


କହିଲା ପିଣ୍ଡାରେ ରହ ଛିଡା ହେଇ, 

ମୁଁ ପାଖକୁ ଆସିଲେ ମୋ ପିଠିରେ ଚଢିବୁ ତୁହି, 

ଦେଖିବୁ ମୋର ଦମ୍ ଅଛି କି ନାହିଁ, 

ମୁଁ ପରା ତୋହରି ଆଇ। 


କାଖେଇ ନପାରି ପିଠିରେ ନେଲା ବୋହି, 

ହାତରେ ତା ଆଶାବାଡି ଧରଇ,

ହସିଲା ବଙ୍କେଇ ମୋ ମୁହଁକୁ ଚାହିଁ, 

ସତରେ କେତେ ସାହସୀ ମୋ ଆଇ

ଆଇ ନାତି ହସିଲୁ ଖିଲି ଖିଲି ହେଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics