Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Classics

3  

Smitarani Barik

Classics

ଡିସେମ୍ବର

ଡିସେମ୍ବର

1 min
185


ଡିସେମ୍ବର

ବନ୍ଦ୍ ଡାଏରିର ଦି ଫର୍ଦ୍ଦ କଥା 

ଭିଜା ପଉଷର ଆଖି ପତା ତଳେ 

ନିଖୋଜ ସ୍ୱପ୍ନର ଅକୁହା ବ୍ୟଥା !


ଡିସେମ୍ବର

କବି ଲେଖନୀର ଧାଡି ଭାଙ୍ଗୁଥିବା 

ଅସଜଡା ଶବ୍ଦମାଳା କେଇଟା 

ଚିନ୍ତା ଚେତନାର ବାଡ଼ ଡେଇଁଥିବା

ନୀରବ ମନର ଦୁସ୍ଥ ସଂହିତା !


ଡିସେମ୍ବର

ରକ୍ତିମ ଅଧରୁ ଝରିପଡିଥିବା 

ପ୍ରିତୀ ପଳାଶର ଶେଷ ପାଖୁଡା 

ମାୟା ତଟିନୀରେ ସ୍ନାନ କରୁଥିବା 

ଲୁହ ଓ କୋହର କ୍ଲାନ୍ତ ଗରଡ଼ା !


ଡିସେମ୍ବର

ବାଟ ଚାଲୁଚାଲୁ ହାତ ଛାଡିଥିବା 

ଅଭାଗିନୀର ସେ ସିନ୍ଦୁର ଟୋପା 

ମାଞ୍ଜା ସୂତା ହୋଇ ବେକ କାଟିଦେଲା 

ଏମିତି ପୁଣି ସେ ନିଷ୍ଠୁର ବାର୍ତ୍ତା !


ଡିସେମ୍ବର

ଅନୀତି ,ଦୁର୍ନୀତି ,ଭ୍ରଷ୍ଟାଚାରୀ ପ୍ରିତୀ

ସବୁକୁ କଲା ସେ ରଥର ସଖା 

ଚାତକ ପରିକା ଜନତା ଚାହିଁଛି 

ହୁଗୁଳି ଗଲାଣି ପ୍ରଗତି ଚକା !


ଡିସେମ୍ବର

ଗାଧୁଆ ତୁଠରେ ଅଧୁଆ ମୁହଁରେ 

ଆଙ୍କୁଥିଲା ସିଏ ଯେତେ ଜ୍ୟାମିତି 

ପିଲା ଭାସ୍କରର କଅଁଳ ଚିତ୍ତକୁ 

ପରାଗ ଗ୍ରାସଇ ଠିକ୍ ଯେମିତି !


ଡିସେମ୍ବର

କାନ୍ଥ କ୍ୟାଲେଣ୍ଡର ଲେଉଟା ପୃଷ୍ଠାରେ 

ସୁଖ ଦୁଃଖର ସେ ଶେଷ ଅତିଥି 

କେତେ କର୍ମ କଲା କେତେ ଧର୍ମ କଲା 

ଇତିହାସ ଦେବ କାଲି ତା ସାକ୍ଷୀ ।।



Rate this content
Log in

Similar oriya poem from Classics