ହେ ବିଜ୍ଞାନୀ ଠାକୁର
ହେ ବିଜ୍ଞାନୀ ଠାକୁର
ଅସ୍ତମିତ ସୂର୍ଯ୍ୟ ଧରମ ଦେବତା
ଗୋଟିଏ ଗୋଡରେ ଠିଆ
ଘୋର କଳିକାଳେ ଭରସା କେବଳ
ଠାକୁର ଜଗା କାଳିଆ
ଆ ମୋ ଠାକୁର ଆ
ଭବ ସାଗରରେ ନାହିଁ ଥଳକୂଳ
ପାରି କରି ଦେ ନାଆ ।
ଘୋଟି ଯାଉଅଛି ଘନ ଅନ୍ଧକାର
ମୁହଁକୁ ଦିଶୁନି ମୁହଁ
ରୋଗ ମହାମାରୀ ଦୂରିତ କଷଣେ
ଅଳ୍ପବୁଦ୍ଧି ଅସହାୟ
ଜୀବନରେ ଥାଉ ଥାଉ
ମରିଯାଉଅଛି ମଣିଷ ସ°ସାରେ
ସ୍ୱ।ର୍ଥ ନିଆଁ ଦାଉ ଦାଉ ।
ଆପଣାର ଲୋକ ଲାଗେ ସାତପର
&
nbsp;ବିଶ୍ୱାସେ ମିଳଇ ବିଷ
ସ°ସ୍କାର ସୁଗୁଣ ପୋଡିଲା ତିଅଣ
ସୁଖ ଗନ୍ଧ ହୀନ ପୁଷ୍ପ
ସମାଜ କଳପବୃକ୍ଷ
ଯାଉଛି ଉପୁଡି ରକ୍ଷଣାବେକ୍ଷଣ
ନୁହେଁ ଆୟତ୍ତ ସାପେକ୍ଷ ।
ତୁମେ ଜଗନ୍ନାଥ ବିଜ୍ଞାନୀ ଠାକୁର
ଲୀଳାମୟ ଜଗଦୀଶ
ବିରାଜ ବାମନ ଶ୍ରୀମଧୁସୂଦନ
ଚଳୁ ଜାତି ନନ୍ଦିଘୋଷ
ବିଶୁଦ୍ଧ ବିବେକ ଜ୍ଞାନ
ସଞ୍ଚରୁ ଜଗତେ ସତ୍ୟ ଶାନ୍ତି ପୁଣ୍ୟ
ଉଲ୍ଲସୁ ପ୍ରତି ପରାଣ ।