STORYMIRROR

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ଲେଖାର ଅନ୍ତଲିପି

ଲେଖାର ଅନ୍ତଲିପି

1 min
208


ଅତୀତରେ ବଦଳିଛି, ଭବିଷ୍ୟତରେ ବଦଳିବ 

ସଭ୍ୟତା ସମୟର ତାଳେ ତାଳେ

ବଦଳିଛି ବ୍ୟକ୍ତି, ପରିବାର, ସମାଜ ପରମ୍ପରା, 

ସଂସ୍କାର ସାହିତ୍ୟିକର ତୁଳୀରେ ।


ଭାଷା ନୁହେଁ କେବେ କୈାଣସି ଏକ ବ୍ୟକ୍ତିର 

ବ୍ୟକ୍ତିଗତ ଜନ୍ମଗତ ଅଧିକାର, 

ମଣିଷର ଚେତନା ଆଣେ ଭାଷାରେ ସାଂସ୍କୃତିକ 

ଓ ନୈତିକ ଧାରା ଆବେଗର ।


ଅନ୍ୟକୁ ଲେଖା କୁ ଭଲ ପାଇ ତାର ଉସ୍ଛାହକୁ 

ବଢାଇବା, ଏକ ନିଆରା ଭାବ

ଯିଏ ଵିଜ୍ଞ, ଶାସ୍ତ୍ରଜ୍ଞ ଶିକ୍ଷାବିତ୍, ସିଏ ଲେଖାକୁ 

ତର୍ଜମା କରି ଵଢାଏ ତାର ଭାବ ।


ଆଜିକାର ଭାଷା, ସାହିତ୍ୟ, ସଂସ୍କୃତି, ସଂସ୍କାର 

ଓ ସାମାଜିକ ଜୀବନ ଭିତରେ  

ସ୍ୱଛତା, ନିର୍ମଳ ନିଃସ୍ଵାର୍ଥପରତାର ଘୋର 

ଅଭାବ ଦେଖା ଦିଏ ଆଜିର ସମାଜରେ ।


ପ୍ରତ୍ୟେକ ଲେଖାର ଅନ୍ତଲିପି କାହାକୁ ନା କାହାକୁ

 ମିଠା, ଖଟା ଅବା କଟୁ ହୋଇପାରେ

ଲେଖକ/କା, ପ୍ରବନ୍ଧକ/କା, କଵି କବୟିତ୍ରୀଙ୍କ 

ଆବିଷ୍କୃତ ତଥ୍ୟ ଭାଷା ସଂସ୍କୃତିକୁ ସୁଦୃଢ କରେ ।


କିଛି ଲୋକ ନିଜସ୍ୟ ଲେଖନୀକୁ ନେଇ ଅତି 

ଗର୍ବେ, ଭଲ ମନ୍ଦ ନ ଜାଣଇ,

ଭାଷାର ଚାତୁରୀର ଗାରିମାରେ ବୁଡି ରହି, ଅନ୍ୟ 

ଲେଖାର ଅନ୍ତଲିପି ଓ ମହତ୍ୱକୁ ନଵୁଝଇ ।

 

ହେ ସାହିତ୍ୟିକ/କା, ଆସ ପବିତ୍ର ହୃଦୟେ 

ଲେଖା ସମାଜ ହିତରେ ଯୋଡିବା,

ମାନବତାର ପୂଜକ ହୋଇ, ସତ ରୀତି 

ନୀତିକୁ ସମାଜର ଜନଗଣେ ଶିଖାଇବା ।

 

ଏଇ ଅଛି, ଏଇ ନାହିଁ, ଏଇ ନିୟମ ତ ସଂସାରର, 

ମଣିଷ ର ସଦା କ୍ଷଣ ଭଙ୍ଗୁ଼ର ଜୀବନ

ଗର୍ବ, ଅହଂକାର, ଅଭିମାନ, ଇର୍ଷା, ସର୍ଵ ଜାଣିଛୁ, 

ଭାଵନାରେ କେହି ନୋହିବା ପୀଡନ।


ସ୍ଥିତପ୍ରଜ୍ଞ ହୋଇ ଲେଖିବା, ଭାଷା ସାହିତ୍ୟର

ମର୍ଯ୍ୟାଦା ହାନି କରିବାନି,

ଲେଖନୀର ଉଦ୍ଦେଶ୍ୟକୁ କୂପଥଗାମୀ ହେବନି

 କି କାହାର ମନରେ କଷ୍ଟ ଦେବନି ।


ଶତ ସମସ୍ୟାର ମଧ୍ୟରେ କରୁଛେ ଗତି, ସେ 

ସଵୁ ପାହାଡ଼କୁ ଲଂଘିବାକୁ ହେଵ

ସାହିତ୍ୟ ନୁହେଁ କେବଳ ଭାଷାରେ ଚାତୁରୀ, 

ସମସ୍ୟାର ସମାଧାନ ସୂତ୍ର ଖୋଜିବାକୁ ପଡିଵ ।


ସେ ସଫଳତା ଶିଢି଼ ଯିଏ ଚଢ଼ିଛି, ସେ ଯୁଗେ 

ଯୁଗେ ସଫଳ ସାହିତ୍ୟିକ ନାମେ ଗଣା

ସେ ସାହିତ୍ୟିକ ହୃଦୟ ତନ୍ତ୍ରୀରେ ବାଜୁଥାଏ 

ନିତି ଅଫୁରନ୍ତ ଆନନ୍ଦର ବୀଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract