STORYMIRROR

Tankadhar Majhi

Classics Others

3  

Tankadhar Majhi

Classics Others

ବିଗିଡି ଯାଇଥିବା ସଂପର୍କ

ବିଗିଡି ଯାଇଥିବା ସଂପର୍କ

1 min
12.1K


ଭୁଲ ଭୁଲ ଭୁଲ... 

ତମେ ଔକାତ ଦେଖାଇ ପାର

ହେଲେ ଭୁଲ ବୁଝିବନି କାହିଁକି 

ଥରୁଟେ ଶୁଣିବାକୁ କାନ ଦିଅ

ଭୁଲର ପ୍ରାୟଶ୍ଚିତ କରିନେବି

ନଚେତ୍...

ଚିର ଆଶାୟୀଟିଏ ହୋଇଯିବି ।


ଅନ୍ୟର ଭୁଲରେ 

ଦ୍ରୌପଦୀ ଦିନେ କଷ୍ଟ ସହିଲେ ସିନା

ସଂସାରକୁ ବୁଝାଇ ଦେଲେ ଯେ

ଅବୁଝା ଭୁଲରେ କୌରବଙ୍କ ସ୍ଥିତି 

ଏଠି ମହାଭାରତ ହେବା କଥା କହୁନି

ହୋଇଥିଲା ବୋଲି ତୁମେ ବୁଝିଯାଅ । 


ଆଜି ମୋର ଭୁଲ ହୋଇଛି 

କାଲି ତୁମର ବି ହୋଇପାରେ 

ଆଜି ମୁଁ ସ୍ବୀକାର କରୁଛି

କାଲି ତୁମେ ବି ସ୍ବୀକାର କରିବ

ବିଗିଡି ଯାଇଥିବା ସଂପର୍କକୁ

ଆମେ ମିଶି ଏମିତି ସଜାଡ଼ି ନେବା ।


Rate this content
Log in

Similar oriya poem from Classics