STORYMIRROR

Ashok Kumar Pradhan

Classics

3  

Ashok Kumar Pradhan

Classics

ଅଧୁନାତନ

ଅଧୁନାତନ

1 min
11.9K


କାଲି ଥିଲା ଯିଏ ଅତି ଆପଣାର 

ଆଜି ସେ ହୋଇଛି ଦୂର, 

ବେଙ୍ଗ କୁହେ ବେଙ୍ଗୁଲୀ ଲୋ ପୃଥିବୀ ବଦ

ଯାଏ ଆସେ କି ! ଆମର ll


ଦୂର ବିଦେଶରେ ଥାଇ ଯେବେ କେହି 

ଶୁଣେ ମୋର କଣ୍ଠ ସୁର, 

ଆପଣା ଲୋକକୁ କୋଟିନିଧି ମିଳେ 

ପ୍ରିୟ ପରିଜନର ବେଭାର ll


ସେ କାଳରେ ଥିଲା ଚାହିଦା ଅଧିକ 

ଦୂରଦେଶ ବାର୍ତ୍ତା ପାଇଁ, 

ଏବେ କାଁ ଭାଁ କେଉଁଠି ରହିଛି 

ପ୍ରଦର୍ଶନୀ ଚିଜ ହୋଇ ll


ଚାତକ ପରାଏ ଚାହିଁ ରହିଥାଏ 

ଘର ର ଘରଣୀ କେବେ, 

ତାର ଅଛି ବୋଲି ଖବର ପାଇଁକି 

ଡାକ ବାବୁ କହି ଯିବେ ll


କେତେ ସରାଗରେ ମନର କଥାକୁ 

ନିରୋଳାରେ ଯାଏ କହି, 

ମାନ ଅଭିମାନ ରୋଷ ଅଭିଯୋଗ 

ବଖାଣି କହିବ ସହି ll


ଯୁଗ ବଦଳିଛି ସଭ୍ୟତାର ତାଳେ 

ପୁରାତନ ଯାଏ ହଜି, 

ନୂତନତ୍ବର ଉଦ୍ଭାବନ ସଦା

ଆଦୃତ ହୋଇଛି ଆଜି ll


ନାନା ସୁବିଧାର ଗୋଟିଏ ପ୍ରବନ୍ଧ 

ମୋବାଇଲ ଆପଣାର, 

ବିନ୍ଦୁରୁ ସିନ୍ଧୁ ହାତ ପାହାନ୍ତାରେ 

ବହୁଳ ବ୍ୟବହାର ll


ପରିବର୍ତ୍ତନର ଆଳ ନେଇ ଆଜି 

ମାନବ ଧ୍ବଂସାଭୀମୁଖେ, 

ବେଳ ନାହିଁ ପର ଦୁଃଖ ବୁଝିବାକୁ 

ଆପଣା ମହତ ରଖେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics