STORYMIRROR

Sarita Rani Mohanty

Classics

4.0  

Sarita Rani Mohanty

Classics

ଓଡ଼ିଆଣୀ ଵୋହୂ

ଓଡ଼ିଆଣୀ ଵୋହୂ

1 min
11.8K


ଭୂମିରେ ପଡ଼ିଲା ଦିନଠୁ ଦୁହିତା

    ଦୁଇ କୁଳ ହିତ ସିଏ

ବଧୂ ବେଶ ସାଜି ହଜାଏ ନିଜକୁ

    ଓଡ଼ିଆଣୀ ବୋହୂ ହୁଏ।


ଗେଲ ବସରରେ ଦିନ ସରିଯାଏ

   ହୁଏ ସିଏ ବଧୂ ବେଶ

ସପନ ତାହାର ଭୁଲି ଯାଇ ପୁଣି

   ନ କରେ ବି ଅବଶୋଷ।


ସାକ୍ଷୀ ପ୍ରଜାପତି ସାକ୍ଷୀ ଘଟସୂତ୍ର

   ସାକ୍ଷୀ ଦେବା ଦେବୀ ଯେତେ

ଦୁଇ ପଟ ଶଙ୍ଖା ଟୋପାଏ ସିନ୍ଦୂର

   ପରିଚୟ ଭିନ୍ନ ସତେ।


ଓଡ଼ିଆଣୀ ବୋହୂ ପରିଚୟ ତାର

  ଓଢଣୀ ତା ଶୋଭା ପାଏ

ସ୍ନେହ ମମତାର ରଜ୍ଜୁରେ

ଵାନ୍ଧିଣ

   ବୋହୂ ପରିଚୟ ଦିଏ।


ଧୈର୍ଯ୍ୟ ରେ ଧରିତ୍ରୀ ସହନେ ପର୍ବତ

    ଓଡ଼ିଆଣୀ ବୋହୂ ଆମ

ତ୍ୟାଗ ବଳିଦାନେ ସମର୍ପି ନିଜକୁ

    କରାଯାଏ ତାର କାମ।


ସଂସାରର ଭାର ନୁହେଁ ବୋଝ ତାର

    ସ୍ଵର୍ଗ କରେ ଘର ତାର

ମଧୁର ବଚନେ କିଣିନେଇ ମନ

   ବଧୂ ବୋଲି ସେ ଘରର।


ସକାଳ ସ୍ନାହାନ ତୁଳସୀ ବନ୍ଦନ

    ଗୁରୁ ଗୁରୁଜନେ ଭକ୍ତି

ଦୟାଭାବ ସଦା ହୃଦୟରେ ବହି

     ମିଳଇ ତାହାକୁ ଶକ୍ତି।


ସୁସ୍ୱାଦ

ୁ ବ୍ୟଞ୍ଜନ ତୋଷି ନିଏ ମନ

     ଥକି ପଡେ ନାହିଁ କେବେ

ଓଡ଼ିଆ ଘରର ମଉଡମଣି ସେ

     ସଭିଏଁ ତ କହୁଥିବେ।


ଷୋଳ ଶୃଙ୍ଗାରରେ ସଦା ଆଭୂଷଣ

   ସତେ ଲକ୍ଷ୍ମୀ ଠାକୁରାଣୀ

ଦେଖି ଦେଲେ ଯିଏ ଲେଖି ଦେବ ସିଏ

    ଓଡ଼ିଆଣୀ ର କାହାଣୀ।


ନାହିଁ ଅଭିମାନ ନାହିଁ ପ୍ରତିବାଦ

    ମୁଖେ ସଦା ହସ ଯାର

ସୁଖ ଦୁଃଖ ସବୁ ସମ ମଣି ନିଏ

    ଏ ତ ପରିଚୟ ତାର।


ବାର ମାସେ ତେର ଓଷା କରି ଚାଲେ

   ପରିବାର ସୁଖ ପାଇଁ

କେତେ ବେଳେ ବଧୂ କେତେବେଳେ ମାତା

   ଥାଏ ଅଭିନୟ ପାଇଁ।


ଘରର ଅଗଣା ସେ ଦାଣ୍ଡ ଦୁଆର

    ହୋଇଥାନ୍ତି ମୂକ ସାକ୍ଷୀ

ଭାଗ୍ୟ ବିଡମ୍ବନା ହୋଇଥାଏ ଯେବେ

    ହୋଇଯାଏ ନିରୀମାଖି।


ଏନ୍ତୁଡ଼ି ନିଆଁ ତ ଜଳି ସରିଥାଏ

    ବାକି ତା ମଶାଣୀ ନିଆଁ

ଓଡ଼ିଆ ବୋହୂର ପରିଚୟ ଭିନ୍ନ

    ସଭିଙ୍କୁ କରେ କିମିଆ।


ସଳିତା ପରି ସେ ଜଳି ଜଳି ଯାଏ

   ହଟିବା ପାଇଁ ଅନ୍ଧାର

ଜଳି ଜଳି ସିଏ ଅପେକ୍ଷାରେ ଥାଏ

  ଶେଷ ଜୀବନ ଯାତ୍ରାର।



Rate this content
Log in

Similar oriya poem from Classics