STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

କାଉଡ଼ି ଵାଲା

କାଉଡ଼ି ଵାଲା

1 min
142

ଆସ ଭାଇ ବୋଲ ବମ୍ ରେ ଯିବା

ଶ୍ରାବଣରେ ପାଣି ଭାର ଆମେ ଧରିବା

ସବୁ ମନସ୍କାମନା ହୋଇବ ପୂର୍ଣ୍ଣ

ସଦା ଶିବ ଦେବେ ଆମକୁ ବରଦାନ ।

  

ହେଉ ମେଘ ହେଉ ଝଡ଼ ବତାସ

ମନରେ ରଖିଛୁ ଆମେ ତ ସାହସ

ରାତି ଦିନ ଆମେ ଖାଲି ପାଦେ ଚାଲିଲୁ

ଡର ଭୟ ସବୁ ଛାଡି ଶିବଙ୍କୁ ଡାକିଲୁ ।


କାଉଡ଼ି ଵାଲା ହୋଇ ସଂକଳ୍ପ ନେଲୁ

ଶିବଙ୍କ ପାଇଁ ଘର ସଂସାର ଛାଡିଲୁ

ତୁଣ୍ଡ ରେ ଧରିଲୁ ଶିବ ପଞ୍ଚାକ୍ଷର

ଆମେ ଯିବୁ ଏବେ ଶିବ ମନ୍ଦିର ।


କନ୍ଧରେ ଧରିଲୁ ପାଣି ଭାରକୁ

ସାଥେ ଆଣିଛୁ ବେଲ ପତ୍ରକୁ

ଶିବ ଙ୍କ ମଥାରେ ପାଣି ଚଢାଇ ଦେବୁ

ଶିବ ଦରଶନେ କାଉଡିଆ ମୁକତି ପାଇବୁ ।


ଦେହରେ ପିନ୍ଧିଲୁ ଗେରୁଆ ବସ୍ତ୍ରକୁ

ସାଙ୍ଗ ସାଥି ହୋଇ ଗଲୁ ବୋଲ ବମ୍ କୁ

ନାହିଁ ଆମ ଭିତରେ ହିଂସା ରାଗ ଦ୍ଵେସ

ଆମେ ଲଭିବାକୁ ଆସିଛୁ ଶିବ ଙ୍କ ଆଶିଷ ।


Rate this content
Log in

Similar oriya poem from Classics