ଶ୍ରାବଣୀ ଗୋ
ଶ୍ରାବଣୀ ଗୋ
ଶ୍ରାବଣୀ ଗୋ ତୁମେ ମୋ ଜୀବନେ ଆସିଲ
ମୋତେ କନ୍ଦାଇ କନ୍ଦାଇ ଲୁହ ହୋଇଲ
ତୁମରି ବର୍ଷା ଧାରାକୁ ଗଣି ହୁଏ ନାହିଁ
ମୋ ମନର କୋହ ପାରେନା କହି ।
ଶ୍ରାବଣୀ ତୁମ ପାଇଁ ଧରା ଆଜି ହସୁଛି
ସବୁଜ ବନାନୀ ଧରା ରେ ସୁନ୍ଦର ଲାଗୁଛି
ତୁମେ ଆସିଲ ମେଘ କୁ ଆଣିଲ
ସଭିଙ୍କୁ ହସାଇ ମତେ କନ୍ଦାଇ ଦେଲ ।
ଶ୍ରାବଣୀ ତୁମକୁ କୃଷକ ଚାହଁଥିଲା
ତୁମ ପାଇଁ ନୂଆଁ ବିହନ ସେ ବୁଣିଲା
ନୂଆଁ ଶସ୍ୟ ଧରା ଧାମ ରେ ହୋଇବ
ମୋ ଜୀବନେ ନିରାଶ ଭାବ ରହିବ ।
ଶ୍ରାବଣୀ ଗୋ ତୁମେ ଆସିବାରୁ ଆକାଶରେ ଇନ୍ଦ୍ରଧନୁ ହେଲା
ସାତ ରଙ୍ଗରେ ପୃଥିବୀ ଚମକିଲା
ହେଲେ ମୋ ମନ ଇନ୍ଦ୍ରଧନୁ ଦୃଶ୍ୟ ହୋଇଲା ନାହିଁ
କଳା ବାଦଲ ରେ ରହିଛି ସେ ଲୁଚି ହୋଇ ।
ଶ୍ରାବଣୀ ଗୋ ତୁମେ ଏ କି କଲ
ତୁମେ ମୋରି ଆଖିରେ ଲୁହ ହୋଇ ରହିଲ
ଲୁହର ଶ୍ରାବଣ ରେ ଦେଲ ମୋତେ ଭଜାଇ
ମୋ ଲୁହ ପୋଛିବାକୁ ଜଣେ କେହି ନାହିଁ ।
