ଏହି ମାତ୍ର ନିବେଦନ
ଏହି ମାତ୍ର ନିବେଦନ
ମୋ ହୃଦୟ କନ୍ଦେ ବିରାଜୁଛ ନିତ୍ଯ
ଦୁର୍ବାଦଳ ଶ୍ଯାମ ରାମ
କମଳ ଲୋଚନ ଦଶରଥ ସୁତ
କୋଟି ସୂର୍ଯ୍ୟପ୍ରଭ ସମ
ସଂଯୋଗୁ ଦିବ୍ଯ ଦର୍ଶନ
ବିକଶୁ କମଳ ଶାନ୍ତି ଶତଦଳ
ଉଦୟ ହୁଅ ଅରୁଣ ।
ହେ ଜ୍ଯୋତି ସ୍ବରୂପ ପୁରୁଷ ଉତ୍ତମ
ଅଗତିର ଗତିମୁକ୍ତି
ପାପ ତାପ ଗର୍ବ ନାଶ ଅହଙ୍କାର
ପାହୁ ଦୁଃଖ ଅମାରାତି
ଶୂନ୍ଯ ରତ୍ନ ସିଂହାସନ
ଅବତର ନାଥ ଯୁଗ ସନ୍ଧିକ୍ଷଣ
ଏହି ମାତ୍ର ନିବେଦନ ।
ଭକ୍ତ ମନ କଥା ତୋତେ କି ଅଜଣା
ତୁ ପରା ଭାବଗ୍ରାହୀ
ହେ ଭବ ନାଉରୀ କରିଦେବୁ ପାରି
ଉଜାଣି ଜୀବନ ନଈ
ପଖାଳୁଛି ପାଦପଦ୍ମ
ଶ୍ରୀଚରଣେ ତୋର ପଶୁଛି ଶରଣ
ଶ୍ରୀରାମ ପୁରୁଷୋତ୍ତମ ।l
