Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Patitapaban Pani

Classics Inspirational

3  

Patitapaban Pani

Classics Inspirational

ମାଆ

ମାଆ

1 min
206


ମାଆ କିଏ !!

ନିଦାଘ ସହି ଛାଇ ଓଜାଡ଼ି ଦେଉଥିବା ମଣିଷଟିଏ


ଲୁହା ନଳୀରେ ଚୁଲି ଫୁଙ୍କି

ଛଅଣ ବିଡ଼ାରେ, କଳମ ବାଡ଼ିରେ ରୋଷେଇ କରି ଦେଉଥିବା ମଣିଷଟିଏ ।


ମୋତେ ସିଟିମିଟି ଦେଇ

ରସ ଥାଳିରେ ଆଳୁ ଚକଟା ଆଉ ଶୁଖିଲା ଭାତ ଖାଉଥିବା ମଣିଷଟିଏ।


ମୋ ପାଇଁ ସୁଖର ବିଛଣା ବିଛେଇ ଦେଇ

ଜ୍ୱରରେ ଖଇ ଫୁଟୁଥିବା ଶରୀରକୁ କାନ୍ଥରେ ଆଉଜାଇ ବସିଥିବା ମଣିଷଟିଏ ।


ବୁଢ଼ୀ ଅସୁରୁଣୀ ଗପ ଶୁଣାଇ ମୋତେ ଶୋଇ ଦେଇ

ହାତରେ ଡ଼ିବି ଧରି ଘରର କାମ ସାରିବାକୁ ଅଣ୍ଟା ଭିଡୁଥିବା ମଣିଷଟିଏ ।


ଭୋରୁ ଉଠି ମୋତେ ପାଠ ପଢ଼େଇ

ପୁଅର ଵୃତ୍ତି ପରୀକ୍ଷା ସଫଳତାର ବାହାବା ନବାକୁ ସ୍ବପ୍ନ ଦେଖୁଥିବା ମଣିଷଟିଏ ।


ମୋର ମଙ୍ଗଳ ମନାସି, ଦୀପ ବନ୍ଦେଇ

ନିଜ ଆୟୁଷରୁ ସବୁତକ ଦେଇ, ନିସଂଗତାକୁ ଆଦରି ନେଉଥିବା ମଣିଷଟିଏ ।


ମୋତେ ବଡକରି, ମୋତେ ପରିଚୟ ଦେଇ, ସକଳ ଜୀବନର ଆଧାର ହୋଇ

ନିଜ ଠିକଣା କୁ ଆକାର ନଦେଇ, ଚୁପଚାପ ଉଭେଇ ଯାଇଥିବା ମଣିଷଟିଏ ।



Rate this content
Log in

Similar oriya poem from Classics