STORYMIRROR

Patitapaban Pani

Romance Others

4  

Patitapaban Pani

Romance Others

ଅଭିମାନ

ଅଭିମାନ

1 min
241

ଆଞ୍ଜୁଳାଏ ଅଭିମାନ

ତୁହାକୁ ତୁହା ବର୍ଷା

ଆଉ ଏ ରାତି

ମୋତେ ମନେଇବାକୁ

ତୁମର ସେ ଚୋରା ପୀରତି

ଆଉ..

ତା ପରେ..

ତା ପରେ..

ଝରିଯାଏ ମୋର

ସବୁ ସାଇତା ଅଭିମାନ

କାହିଁକି କେଜାଣି

ଅନୟାସରେ ମୁଁ ହେଇଯାଏ ତୁମର..

ଅନେକ ଥର ନିଜକୁ ପଚାରେ

ସେ ପ୍ରତିଶ୍ରୁତିର ହିସାବ ନିକାଶ ଭିତରେ..

ଆଖିର ଲୁହକୁ ଆଡେଇ ଦେଇ ଆଖି ପଲକରେ

ମୁଁ ହଜିଯାଏ ମୋ କବିତା ଭିତରେ


ମୁହୂର୍ତ୍ତ ସବୁ ହଜିଯାଏ

ସମୟ ସ୍ରୋତରେ

ସ୍ବପ୍ନ ସବୁ ଅପସରିଯାଏ

ତୁମ ଯିବା ବାଟରେ

ଅଭିମାନ ସବୁ ଅଭିଶାପ ହୋଇ ବର୍ଷିଯାଏ

ମୋ ଛାତ ଉପରେ


ମୁଁ ପ୍ରଶ୍ନ କରେ ନିଜକୁ

ଏ ଅସରନ୍ତି ଅଭିମାନ

କେତେଦିନ ଏମିତି ତୁମପାଇଁ

ଜଳୁଥିବ ମୋ କବିତା ଭିତରେ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance