STORYMIRROR

Prashanta Padhan

Romance

3  

Prashanta Padhan

Romance

ପ୍ରଥମ ଦେଖା

ପ୍ରଥମ ଦେଖା

1 min
365

ପ୍ରଥମ ଦେଖାର ମିଠା ଅନୁଭୂତି

ହୋଇଗଲା  ଇତିହାସ

ଛଅଗୁଣ ହେଲା ପ୍ରେମର ଫଗୁଣ

ମେଣ୍ଟିଗଲା ସବୁ ଶୋଷ ।।

ତମସା ଭିତରେ ଇନ୍ଦୁଟିଏ ସାଜି

କରିଦେଲ ଆଲୋକିତ

ଜୀବନ ମରୁରେ ବର୍ଷାଟୋପା ତୁମେ

ହସ ଲକ୍ଷେ ପାରିଜାତ ।।

ବଦଳିଗଲା ଏ  ଜୀବନର ମୋଡ଼

ବଦଳିଲା ଭାଗ୍ୟରେଖା

ସ୍ମୃତି ସାଜିଲା କଲେଜ କାନ୍ଥପାଖେ

ଆମ ସେ ପହିଲି ଦେଖା ।।

ଅଶ୍ୱତ୍ଥର ମୂଳେ ଲାଗୁଥିଲ ତୁମେ

ଶିଳ୍ପୀଅଙ୍କା  ପ୍ରତିମୂର୍ତ୍ତି

ଇଛା ହେଉଥିଲା ନଜରବନ୍ଦୀରେ

କାଟିବାକୁ  ସବୁରାତି  ।।

ପଡୁ ନଥିଲା ମୋ ନୟନେ ପଲକ

ଲାଗୁଥିଲା ବୋଧେ ଭ୍ରମ

ପାଦ ଥାପିଥିଲି ସ୍ଵର୍ଗରେ ସତେକି

ମାଦକଭରା ଏ ପ୍ରେମ ।।

ସରି ଯାଉଥିଲା ଦିନର ଆୟୁଷ

ପାରୁ ନଥିଲି ମୁଁ ଜାଣି 

ଫେରିଗଲ ତୁମେ ଗନ୍ତବ୍ୟ ପଥରେ

ହଜାରେ ସପନ ବୁଣି  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance