STORYMIRROR

Patitapaban Pani

Fantasy Inspirational Others

3  

Patitapaban Pani

Fantasy Inspirational Others

ଜଗା ପାଇଁ ପଦେ

ଜଗା ପାଇଁ ପଦେ

1 min
278

ତୁ ପରା କଳି ଯୁଗର ଠାକୁର 

ତଥାପି କଣ ପାଇଁ ନିର୍ବିକାର


ଶୁଣିଥିଲି ଅସରନ୍ତି ତୋର ମହିମା 

କେବେ ଦେଖେଇବୁ ତୋର ସେ ବଡ଼ିମା


ମାଳିକା କହେ ତୁମେ ଦୁଇ ଭାଇ କଳ୍କୀ ଅବତାର 

କେବେ ଆରମ୍ଭ ହବ ତୁମର ପାପୀ ସଂହାର


ଯେଉଁ ବଡଦାଣ୍ଡ ର ଧୂଳି ମନକୁ କରେ ପବିତ୍ର 

ସେଈ ଦାଣ୍ଡେ ଆଜି ବୁଲେ ବେବିନା ର ଆତ୍ମା, ନ୍ୟାୟ ପାଈଁ ତାର ଚିତ୍କାର

କେବେ ଆରମ୍ଭ ହେବ ତୁମ ପାପୀ ସଂହାର


ଦେଖିଚି ତୋ ଚକାଆଖି, ଦେଖିଚି ତୋ ନାଲି ହସ 

ହାତ ନଥାଇ ବେଳେବେଳେ ମୋତେ ଲାଗେ ତୁ ଵେବସ


ଜଗତର ଉଦ୍ଧାର ପାଈଁ କି ତୁ ଜଗନାଥ 

ହେଲେ ନବକଳେବର ପାଈଁ ଏଠି ରାଜନୀତି ହୁଏ କରି ତୋତେ ଅନାଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy