Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Patitapaban Pani

Romance Fantasy Others

4.0  

Patitapaban Pani

Romance Fantasy Others

#ମୁଁ_ଆଉ_ତୁମେ

#ମୁଁ_ଆଉ_ତୁମେ

1 min
12.2K


ମୁଁ ସେଈ ପଥିକଟିଏ ମରୁଭୂମି ର 

ତୁମେ ମରୀଚିକା, ସ୍ବପ୍ନ ଦେଖଉଥାଅ ମିଠା ପାଣି ର |


ମୁଁ ସେଈ ଅଲୋଡ଼ା ରଫ ଖାତା ର ଚିରା କାଗଜ 

ଉପନ୍ୟାସ ର ସୁନ୍ଦର ରଙ୍ଗୀନ ମଲାଟ ଟେ ତୁମେ, ତୁମ ସ୍ମୃତି ଚିର ସବୁଜ |


ମୁଁ ସେଈ ଶୁଖି ଝାଉଁଳି ପଡ଼ିଥିବା ଗୋଲାପ ଫୁଲ ଟିଏ 

ଏ ଫୁଲରୁ ସେ ଫୁଲ ଘୁରିବୁଲୁଥିବା, ତୁମେ ସେଈ ରଙ୍ଗୀନ ପ୍ରଜାପତି ଟିଏ |


ମୁଁ ସେଈ ଦିଗାହୀନ ଖରସ୍ରୋତା ନଈ ଟିଏ 

ନଈପଠା ରେ ଅଳସ ଭାଙ୍ଗୁଥିବା, ତୁମେ ସେଈ ଅଳସୀ କନ୍ୟା ଟିଏ |


ମୁଁ ସେଈ ଏକା ଛିଡାହେଇଥିବା ଖଣ୍ଡିଆ ପାହାଡ଼ ଟିଏ 

ମହକି ଉଠୁଥିବା ଉପବନ ର, ତୁମେ ସେଈ ସୁନ୍ଦର ତରୁଲତା ଟିଏ |


ମୁଁ ସେଈ ଅମାବାସ୍ୟା ର ଅନ୍ଧକାର ରାତି ଟିଏ 

ଆଲୋକିତ ହୋଇ ଉଠିଥିବା ପୂର୍ଣମୀ ର, ତୁମେ ସେଈ ଶୀତଳ ଚାନ୍ଦ ଟିଏ |


ମୁଁ ସେଈ ଅଲୋଡ଼ା ଚିଠି ଟିଏ, ଭଙ୍ଗା ଡାକବାକ୍ସ ର 

ଆଧୁନିକତା ର ଦ୍ୱାହି ଦେଉଥିବା, ତୁମେ ସେଈ ହ୍ଵାଟ୍ସଆପ ମେସେଜ ଟିଏ |


Rate this content
Log in

Similar oriya poem from Romance