STORYMIRROR

Patitapaban Pani

Romance Tragedy Others

3  

Patitapaban Pani

Romance Tragedy Others

ଅଭିମାନ

ଅଭିମାନ

1 min
206

ଜାଣିଛ

ଆଜି ସେଇ ଗାଁ ମୁଣ୍ଡରେ ଛିଡା ହୋଇ

ଅତୀତ କୁ ମନେ ପକାଉଥିଲି


ସେଇ ବରଗଛ ମୂଳ !!

ଯେଉଁଠି ତୁମେ ମୋତେ ସ୍ବପ୍ନ ଯାଚିଥିଲ

ଆଷାଢ଼ର ପହିଲି ବର୍ଷାରେ ଭିଜେଇଥିଲ

ଗାଁ ଗାଡ଼ିଆରେ ପାଦ ମାଜୁ ମାଜୁ ମୁରୁକି ହସୁଥିଲ

ଭବିଷ୍ୟତକୁ ରଙ୍ଗୀନ ଇନ୍ଦ୍ରଧନୁ କରି ଗଢି ତୋଳିବାର କଥା ଦେଇଥିଲ


ହେଲେ ଶୀତୁଆ ଧୂଆଁଳିଆ ସନ୍ଧ୍ୟାରେ

ଆଇନା କୁ ଧୁମିଳ କରି ତୁମେ ଚାଲିଗଲ

ମୋର ଅନେକ ଚେଷ୍ଟାରେ ଅଭିମାନ ଭରି

ଭାବନାର ନୌକାରେ ପର କରି ଚାଲିଗଲ


କିନ୍ତୁ

ମୁଁ ଆଜି ବି ସେଇଠି

ଯେଉଁଠି ତୁମେ ମୋତେ ସ୍ବପ୍ନ ଯାଚିଥିଲ

ଯେଉଁଠି ତୁମେ ଫେରିଗଲ ପଛକରିଦେଇ

ମୋ ଉପରେ ଅଭିମାନର ପାହାଡ଼ଟିଏ ଲଦିଦେଇ

ମୋ ଦେହରେ ଆକାଶର ନୀଳ ରଙ୍ଗ ଦେଇ


ସେଇ ରଙ୍ଗରେ ତ ଲେଖେ ନୀତି କବିତା

ସେଇ ରଙ୍ଗରେ ହିଁ ତ ତୁମେ ଆସ

ତା ପରେ ଶବ୍ଦ ଆସେ

ଆଉ ନିସୃତ ହୁଏ ଅଭିମାନର ଲାଜକୁଳୀ ଲତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance