STORYMIRROR

Patitapaban Pani

Drama Romance Fantasy

3  

Patitapaban Pani

Drama Romance Fantasy

ହିସାବ ସମ୍ପର୍କର

ହିସାବ ସମ୍ପର୍କର

1 min
330


ସେଦିନ ସମ୍ପର୍କ ଗଢିଲା ବେଳେ 

ମୁଁ ତୋତେ ଭଲ ଲାଗିଥିଲି 

ମତୁଆଲା ପବନ ର ତାଳେ ତାଳେ 

ବିନା ତର୍ଜମା ରେ ସ୍ୱୀକାର କରିଥିଲୁ 

ସେ ଅସ୍ତଗାମୀ ସୂର୍ଯ୍ୟ ଢଳିଲା ବେଳେ 

ନିଜର କଲାବେଳେ

ସମ୍ପର୍କ ଗଢିବାବେଳେ

ଜହ୍ନରାତିର ସ୍ବପ୍ନ ଦେଖିଲାବେଳେ

ପ୍ରେମ ପକ୍ଷୀର ଗପ ଶୁଣିଲା ବେଳେ

ଆଶା ଭରସା ଆଉ ପ୍ରତିଶ୍ରୁତି ଦେଲାବେଳେ

ତର୍ଜମା କରି ନଥିଲୁ 


ହେଲେ ଆଜି

ଅସ୍ତଗାମୀ ସୂର୍ଯ୍ୟ ଢଳି ଗଲା ପରେ 

ଘନ ଅନ୍ଧକାର ମାଡି ଆସିଲାବେଳେ 

ଅଲଗା ହେଲାବେଳେ

ଦୁରେଇଗଲା ବେଳେ

ସମ୍ପର୍କ ଭାଙ୍ଗିବା ବେଳେ

ହୃଦୟ ଜାଳିଲା ବେଳେ

ମୋ ସ୍ବପ୍ନ କୁ ଛାରଖାର କଲାବେଳେ

ଏତେ ତର୍ଜମା କାହିଁକି

ସାଥି ରେ ରହିବୁନି ତ

ସମ୍ପର୍କ ରଖିବୁନି ତ

ହଉ ନ ରଖି ପାର

ହେଲେ

ଲାଭ କ୍ଷତି ର ହିସାବ ଖୋଜେନି 

ହାରିବା ଜିତିବାର ହିସାବ କରେନି 

ଏଇଟା ସମ୍ପର୍କ ପରା

ବେଳେବେଳେ ଲାଭ ଅପେକ୍ଷା କ୍ଷତି ଆନନ୍ଦ ଦିଏ

ଜିତିବା ର ଆନନ୍ଦ ଠାରୁ ହାରିବାର କାନ୍ଦଣା ଭାରି ଖୁସି ଦିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama