STORYMIRROR

Patitapaban Pani

Abstract Classics Others

3  

Patitapaban Pani

Abstract Classics Others

କାହାଣୀ

କାହାଣୀ

1 min
46

ମଣିଷ ଜୀବନ ସାଗର ବେଳାଭୂମି ର ସ୍ମୃତି ଶାମୁକା 

ସୁଦୂର ଦିଗବଳୟ ରୁ ହାତଠାରି ଡାକେ ସ୍ୱପ୍ନ ମରୀଚିକା 

ଏ ଜୀବନ ଏକ ମିଛ ନାଟକ 

ମୃତ୍ୟୁ ଚିରସତ୍ୟ, ଯମ ହାତରେ ଅଟକ 


ଆଜି ଅନେକ ପ୍ରଶ୍ନ ପଚାରେ ଏ ଜୀବନ 

ଉତ୍ତର ଦେଇ ହୁଏନା 

କର୍ମ ର ଏ କଣ୍ଟକିତ ପଥେ ଅନେକ ଭୁଲ ହେଇଯାଏ 

କେବେ ସୁଧାରି ହୁଏନା 


ତଥାପି -


ଥକିଯିବା କୁ ମୁଁ କାହାଣୀ ଆରମ୍ଭ କରିନଥିଲି 

ହାରିଯିବା କୁ ମୁଁ ଜୀବନ ଆରମ୍ଭ କରିନଥିଲି 


ଦୁଃଖ ର ସାଗର ଯେ ମୁଁ କେବେ ଦେଖିନାହିଁ, ତାହା ଭୁଲ 

ଘୁର୍ଣ୍ଣିଝଡ ଯେ ଆଗକୁ ନାହିଁ, ତାହା ବି ଭୁଲ 


ଏକାନ୍ତ ରେ ପ୍ରଶ୍ନ କରେ ନିଜକୁ 

କେତେଦିନ ଆଉ ଚାଲୁଥିବୁ ପିତୁଳା ଟିଏ ହୋଇ ମିଛ ଟାରେ 

କେତେଦିନ ଆଉ ବାନ୍ଧିହୋଇ ରହିବୁ ମିଛ ମାୟା ସଂସାର ରେ 


ଉତ୍ତର ପାଏନା, ଆଉ ନିଜକୁ ବୁଝାଇ ଦିଏ-


ଥକିଯିବା କୁ ମୁଁ କାହାଣୀ ଆରମ୍ଭ କରିନଥିଲି 

ହାରିଯିବା କୁ ମୁଁ ଜୀବନ ଆରମ୍ଭ କରିନଥିଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract