STORYMIRROR

Patitapaban Pani

Romance Fantasy

4  

Patitapaban Pani

Romance Fantasy

କଲେଜ ଛକ

କଲେଜ ଛକ

2 mins
313

ସମୟ ଚକକୁ ପଛକୁ ଟାଣି

ମୁଁ 

ଫି ବର୍ଷ କଲେଜ ଛକ ଆଡେ ବୁଲିଆସେ

କାହିଁକି କେଜାଣି,

ତୁମେ ନଥିବା ପଣରେ ବି

କଲେଜ ଛକ ତୁମେ ତୁମେ ବାସେ..!!


ତୁମେ ସରମି ଲତାଟେ ପରି

ମୋ ସହ ଚାଲୁଥାଅ ଅଳ୍ପ ଅଳ୍ପ ହସି

ଆଉ ମୋ ମନରେ ଥାଏ

ଜୀବନକୁ ନିକଟରେ ଦେଖିବାର ଖୁସି

ହଁ

ମୁଁ ଫି ବର୍ଷ କଲେଜ ଛକ ଆଡେ ବୁଲିଆସେ

କାହିଁକି କେଜାଣି,

ତୁମେ ନଥିବା ପଣରେ ବି

କଲେଜ ଛକ ତୁମେ ତୁମେ ବାସେ..!!


ପଦେ କଥା ହେବା ପାଇଁ

ତୁମେ ଅନେକ ସର୍ତ୍ତ ରଖନ୍ତ

ବାରଣ କରନ୍ତ ଅନେକ କିଛି

ମୁଁ ସବୁ ସର୍ତ୍ତକୁ ବିନା ସର୍ତ୍ତ ରେ ମାନିନିଅନ୍ତି

କଲେଜ କାନ୍ଥ ରେ

ମୋ ନାଁ ସହ ଯୋଡି ତୁମ ନାଁ ଲେଖନ୍ତି

ହଁ

ମୁଁ ଫି ବର୍ଷ କଲେଜ ଛକ ଆଡେ ବୁଲିଆସେ

କାହିଁକି କେଜାଣି,

ତୁମେ ନଥିବା ପଣରେ ବି

କଲେଜ ଛକ ତୁମେ ତୁମେ ବାସେ..!!


ଚାଲୁ ଚାଲୁ ଲିଭିଯାନ୍ତା

କଲେଜ ଛକର ସବୁ ଆଲୁଅ

ବଦମାସ ସେ ଅନ୍ଧାର ଭିତରେ

ଉତୁରି ଉଠନ୍ତା ଆମ ପ୍ରେମର ସୁଅ

ଯୋଡି ଯାଆନ୍ତା ନୂଆ ଏକ ସମ୍ପର୍କର ଖିଅ

ହଁ

ମୁଁ ଫି ବର୍ଷ କଲେଜ ଛକ ଆଡେ ବୁଲିଆସେ

କାହିଁକି କେଜାଣି,

ତୁମେ ନଥିବା ପଣରେ ବି

କଲେଜ ଛକ ତୁମେ ତୁମେ ବାସେ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance