STORYMIRROR

Patitapaban Pani

Abstract Children Stories Inspirational

3  

Patitapaban Pani

Abstract Children Stories Inspirational

ବାପା - ଏକ ଅସରନ୍ତି ଆକାଶ

ବାପା - ଏକ ଅସରନ୍ତି ଆକାଶ

1 min
184

ତୁମ ମୋ ଭିତରେ ଦୂରତା ର ଦୂରତ୍ୱ ଅନେକ 

ତଥାପି ମୋର ଚଲା ପଥ ର ତୁମେ ପାଥିକ 

ମନେ ପଡେ ଆଜି ସେଇ ପିଲାଦିନ 

ତୁମ ସବୁ ଗାଳି ମାଡ ଆଉ ମୋ 

ନିଷ୍ପାପ ଲୁହ ର ପ୍ରତିଉତ୍ତର 

ଆଜି ମନ କରେ ପୁଣି ଥରେ ଫେରି ଯାଆନ୍ତି 

ତୁମ ପାଖେ ବସି ଆଉ ଥରେ ଟେନସ ଶିଖନ୍ତି 


ବାପା ! ତୁମ ଛାତି ତଳେ କେତେବଡ ସମୁଦ୍ର କୁ 

ଲୁଚାଇ ରଖିଛ ଯେ 

ଯେତେ ଦୁଃଖର ଢେଉ ଆସିଲେ ବି

ଲଂଘି ପାରେ ନାହିଁ ତୁମ କୂଳ

ସାରା ଜୀବନ କାଳ 

ଆମକୁ ମଣିଷ ଟେ କରିବା ପାଇଁ 

ପିଇ ଚାଲିଚ ବିଷ ହଳାହଳ


ଜୀବନ ଯୁଦ୍ଧ ରେ ହାରିନ କେବେ ବି ବାପା ତୁମେ 

ଦୁଃଖ ରେ ବି ଭାଙ୍ଗି ନ ଯାଇ ଠିଆ ହବା ଶିଖାଇଛ ତୁମେ 

ପର ଦୁଃଖ ରେ ଦୁଃଖୀ ହବା ଶିଖାଇଛ ତୁମେ 


ଆଜି କିନ୍ତୁ ତୁମକୁ ଦେଖିଲେ ଲାଗେ ବାପା ଯେମିତି ବହୁତ କିଛି ଅକୁହା କଥା ତୁମ ମନରେ 

ସବୁକିଛି ହାରି ଯାଇଥିବା ମଣିଷ ଟେ, ନିଜକୁ ବୁଝାଉଚି ସବୁକିଛି ଠିକ କରିଦେବ ଏ ଜୀବନ ଯୁଦ୍ଧ ରେ 


ଘର ର ବଡ ପୁଅ ର କର୍ତ୍ତବ୍ୟ କୁ ନିସ୍ଵାର୍ଥପର ଭାବେ ନିଭେଇଲ 

ଭାଇ ଭଉଣୀ ଙ୍କୁ ସ୍ନେହ ଶ୍ରଦ୍ଧା ଦେଲ 

ହେଲେ କଣ ପାଇଲ ବାପା !

ସେମାନଙ୍କ ସେ ପାପ 

ତୁମ ଛାତ ତୁମଠୁ ଛଡେଇ ନବାର 

ଥତାପି ତୁମେ କେମିତି ନିର୍ବିକାର !!


ହଁ ବାପା ଶୁଣିଥିଲି 

ପିତା ସ୍ୱର୍ଗ ଠାରୁ ବଡ 

ଜାଣିନି କେହି ତାର ମହତ୍ତ୍ୱ ବୁଝିଛନ୍ତି କି ନା 

ତୁମେ କିନ୍ତୁ ବାପା ମୋ ପାଇଁ ତାର ଜ୍ୱଳନ୍ତ ଉଦାହରଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract