STORYMIRROR

Patitapaban Pani

Tragedy Inspirational Thriller

3  

Patitapaban Pani

Tragedy Inspirational Thriller

ବଦଳୁଥିବା ନିଆଁ

ବଦଳୁଥିବା ନିଆଁ

1 min
92

ସେଦିନ ନିଆଁ ଜଳୁଥିଲା ତୋ ଏନ୍ତୁଡ଼ି ଶାଳ ରେ 

ତୋ ଗାଁ ପାଖ ଗାଁ ର ବୁଢ଼ୀ ଟି 

ପୁଳା ପୁଳା ନିଆଁ ମାଡି ଦଉଥିଲା କପଡା ର ପୁଡା ରେ 

ତୁ ନିଷ୍ପାପ ମନ ରେ ପାଦ ଦେଇଥିଲୁ ଏ ମାଟି ରେ

ମା କୋଳ ରେ ମଥା ରଖି କୁଆଁ କୁଆଁ କାନ୍ଦୁଥିଲୁ 

ଘର ଟା ଫାଟି ପଡୁଥିଲା ଅମାପ ଖୁସି ରେ


ଜୀବନ ଟା ଛକି ଶୂନ ର ଖେଳ 

ପୁରି ଯିବ ରେ ଧନ ଦିନେ ତୋ ବେଳ କାଳ


ଠିକ ସେହି ନିଆଁ ଦିନେ ପୁଣି ଜଳିବ 

ଜୀବନ ର ସାୟଣଃ ପରେ ପରେ,

କିନ୍ତୁ ବଦଳି ଯିବ ସେ ନିଆଁ ର ନାଁ 

ସେଦିନ ସେ ମାଆ ର କୋଳ ନଥିବ 

ସେ ପାଖ ଗାଁ ବୁଢ଼ୀ ର ପୁଡା ନଥିବ 

ଶ୍ମଶାନ ର ଭୂଇଁ ଥିବ 

ଆଉ ଥିବ ଜୁଇ ର ବିଛଣା


ସେହି ନିଆଁ କୁ ପୁଣି ତୋରି ଆତ୍ମୀୟ ସ୍ୱଜନ କେହି ମୁଁହ ରେ ମାଡ଼ିଦେବେ 

ଆଉ ତୋରି ପାଉଁଶ କୁ ନେଇ ଗଙ୍ଗା ରେ ଫୋପାଡ଼ି କିଛି ପୁଣ୍ୟ କରିନେବେ


ସେଇ ନିଆଁ ସେକ ଖାଇ ମାଟି ରେ ପାଦଦେଇଥିଲୁ 

ସେଇ ନିଆଁ ସେକ ନେଇ ମାଟି ରେ ମିଶିଗଲୁ 

କଣ ଆଣିଥିଲୁ ଆଉ କଣ ତୁ ନେଇଗଲୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy