STORYMIRROR

Chittaranjan Nanda

Abstract Fantasy

4  

Chittaranjan Nanda

Abstract Fantasy

କର୍ମ ଯୋଗ ଓ କର୍ମ ଯୋଗୀ

କର୍ମ ଯୋଗ ଓ କର୍ମ ଯୋଗୀ

1 min
327


ପ୍ରଶ୍ବାସ ନେବା ପାଇଁ ନିଶ୍ବାସକୁ 

ଛାଡିବାକୁ ପଡେ ଯେପରି

ତ୍ୟାଗ ବିନା କିଛି ମଧ୍ୟ ପାଇବା 

ସମ୍ଭବ ନୁହେଁ ସେହିପରି |୧|


ସମାଜର ଦୁଃଖ ଦୂର ପାଇଁ ସଫଳ 

ବ୍ୟକ୍ତି ନିଜ ଦାୟିତ୍ୱ ତୁଲାଏ, 

ଭୁଲ୍ କାମର ପ୍ରତିରୋଧ କରିବାକୁ 

ତା'ର ମଧ୍ୟ ସାହସ ରହିଥାଏ |୨|


ଲୋକେ ଭଲ ଅପେକ୍ଷା ଖରାପକୁ 

ସଙ୍ଗେ ସଙ୍ଗେ ଗ୍ରହଣ କରନ୍ତି

ଗୁଜବର ପ୍ରଚାର ଫଳରେ ସମାଜରେ 

ଆସେ ଦୁର୍ଗତିର ସ୍ଥିତି |୩|


ମଣିଷ ଜୀବନ ଯାତ୍ରା ସଂପୂର୍ଣ୍ଣ ତାର 

ଗତି ଉପରେ ନିର୍ଭର କରେ 

ଏହି କଥାକୁ ଭୁଲି ଅନ୍ୟ ଲୋକକୁ 

ଦୋଷ ଦିଏ ତାର ଜୀବନରେ |୪|


ରହିବ ମନରେ ସର୍ବେ ଭବନ୍ତୁ ସୁଖିନଃ 

ସର୍ବେ ସନ୍ତୁ ନିରାମୟାଃ

ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖ

ଭାଗଭବେତ୍ ର ଛାୟା |୫|


ପାଖରେ ପଇସା ନ ଥାଉ କିନ୍ତୁ ମଣିଷର

ଆତ୍ମ ସମ୍ମାନ ଯଦି ରହିଥିବ

ବଡ଼ଲୋକୀ ହେବା ନାହିଁ ଆବଶ୍ୟକ ବୁଦ୍ଧି 

ଆଉ ବିବେକ ହୃଦୟଟା ବିଶାଳ ଥିବ |୬|


ନିତ୍ୟ ଅଭ୍ୟାସ ଦ୍ୱାରା ମଣିଷ ବିବେକୀର 

ଅବସ୍ଥା ହାସଲ କରିଥାଏ

ସେ ଅବସ୍ଥାରେ ସ୍ୱୟଂ ନିଜଦ୍ୱାରା ନିଜକୁ 

ଦେଖି ସନ୍ତୁଷ୍ଟ ହୋଇଯାଏ |୭|


ଯେତେବେଳେ ମଣିଷ ଏ ସବୁ ତତ୍ତ୍ୟକୁ

ଉତ୍ତମ ଭାବେ ଜାଣି ଯାଏ 

ସକଳ ପ୍ରକାର କାମନାରୁ ମୁକ୍ତ ହୋଇ 

କର୍ମ ଯୋଗୀ ବୋଲାଏ |୮|



Rate this content
Log in

Similar oriya poem from Abstract