STORYMIRROR

Kananbala Das

Fantasy

4  

Kananbala Das

Fantasy

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ

1 min
461


ପ୍ରଭୁ ଆଶୁତୋଷ କରହେ ଆଶିଷ

   ଜାଣେ ନାହିଁ ଜପତପ,

ପଞ୍ଚାକ୍ଷରୀ ମନ୍ତ୍ର ନିତି ମନେ ସ୍ମରେ

   ଉମାକାନ୍ତ, ବିଶ୍ଵରୂପ।।


ସତ୍ୟ, ଶିବ, ସୁନ୍ଦର ହେ ଯୋଗେଶ୍ବର

   ଆରାଧ୍ୟ ଦେବତା ମୋର,

ଶିବ ନାମ ଜପ ଅନନ୍ତ ସ୍ୱରୂପ

  ଭୋଳା ନାଥ ମହେଶ୍ବର।।


ଭକ୍ତି ବଳେ ଶକ୍ତି ଜୀବନ ର ମୁକ୍ତି

   ଓଁ ନମଃ ଶିବାୟ ଜପି,

ଶିବ ହିଁ ସୁନ୍ଦର ସତ୍ୟର ପ୍ରକାଶ

  ଶିବ ନାମେ ମୋକ୍ଷ ପ୍ରାପ୍ତି।।


ଫୁଲ, ବେଲପତ୍ର କ୍ଷୀର ଅରପଣେ

   ନିରିମଳ ଭାବ ଭକ୍ତି,

ଭକ୍ତଗଣ ଥାନ୍ତି ନିଶା ଉଜାଗର

   ନମଃ ଶିବାୟ ଭଜନ୍ତି।।


ସୃଷ୍ଟିର ରକ୍ଷଣେ ପ୍ରଭୁ ଚନ୍ଦ୍ରଚୁଡ଼

   ଆକଣ୍ଠ ଗରଳ ପାନେ,

ନୀଳବର୍ଣ୍ଣ କଣ୍ଠ ନାମ ନୀଳକଣ୍ଠ

   ଉଲ୍ଲେଖ ଶିବ ପୁରାଣେ।।


ହେ ଶିବାପତି  ପାର୍ବତୀ ପତି

   ନାଦବ୍ରହ୍ମ ଯୋଗେଶ୍ବର,

ପନ୍ନଗ ଭୂଷଣ ଭସ୍ମେ ବିଭୂଷିତ

  ଆଶୁତୋଷ ମହେଶ୍ବର।।


ରହିଅଛି ଗାଥା ବେଦପତି ବ୍ରହ୍ମା

  ଶିବ ଲିଙ୍ଗ କଲେ ପୂଜା,

ପ୍ରଭୁ ଭୋଳାନାଥ ସର୍ବ ଶକ୍ତି ମୂଳ

   ସୃଷ୍ଟିର ସଂହାର କର୍ତ୍ତା।।


ତୁମନାମ ଜପ ହରେ ସବୁ ପାପ

   ପଞ୍ଚାକ୍ଷରୀ ମନ୍ତ୍ରେ ଶକ୍ତି

କରୁଣା ଅବତାର ଶିବ ଶଙ୍କର

  ମହାଜ୍ଞାନୀ ଦିଅ ମୁକ୍ତି।।


ମହାଶିବରାତ୍ରେ ପୁଣ୍ୟ ମହାଦୀପ 

   ଦର୍ଶନେ ପାପ ମୋଚନ,

ଦେବଙ୍କର ଦେବ ପ୍ରଭୁ ମହାଦେବ

   ଭକ୍ତ ଙ୍କ ଗୁହାରୀ ଶୁଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy