STORYMIRROR

Puspanjali Panda

Fantasy

4  

Puspanjali Panda

Fantasy

ଅକ୍ଷି ତୃତୀୟା

ଅକ୍ଷି ତୃତୀୟା

1 min
443


ସର୍ବ ଶୁଭକାର୍ଯ୍ୟ ଆରମ୍ଭ ହୁଅଇ 

ଅକ୍ଷୟ ତୃତୀୟା ଦିନ

ମହାଭାରତର ଯୁଦ୍ଧ ସରିଥିଲା

କହେ ଅଠର ପୁରାଣ।।

ତ୍ରେତୟା ଯୁଗର ଆରମ୍ଭ ର ଦିନ 

ଜନଶ୍ରୁତି ଯା ବଖାଣେ

ମହାପୁଣ୍ୟ ଦିନ ବୋଲି ଗଣାହୁଏ

ବାଙ୍କେବିହାରୀ ଦର୍ଶନେ।।

ଧନ ଦୌଲତ ଲକ୍ଷ୍ମୀ ପ୍ରାପତ

କୁବେରଙ୍କୁ ହୋଇଥିଲା

ଭକ୍ତ ସୁଦାମା ଶ୍ରୀକୃଷ୍ଣଙ୍କ ସଖା

ବନ୍ଧୁ ଭାବ ଜଣାଗଲା।।

ଗଙ୍ଗା ମାତାଙ୍କର ଧରାବତରଣ

ଆଜି ଦିନ ପୃଥିବୀରେ

ପରାକ୍ରମୀ ମହର୍ଷି ପର୍ଶୁରାମ

ଜନ୍ମ ଆଜି ହୋଇଥିଲେ।।

ଶୁଦ୍ଧି ଓ ସିଦ୍ଧି ର ଦିନ ବୋଲି ଆଜି

ଅଖିମୁଠି ଅନୁକୂଳ

କରଇ କୃଷକ, ଭରସା ରଖଇ

ହେବ ସୁନାର ଫସଲ।।

ମହାପ୍ରଭୁଙ୍କ ର ଚନ୍ଦନ ଯାତର

ଚାପ ଖେଳ ଗ୍ରୀଷମର

ରଥକାଠ ଅନୁକୂଳ ହୁଏ ଆଜ

ମିଳେ ଆଜି ଆଞା ମାଳ।।

ନୂତନ ଦରବ ସ୍ୱର୍ଣ୍ଣ ରୂପା ବସ୍ତ୍ର

ଗୃହକୁ ଆଣିବା ଶୁଭ

ଅକ୍ଷୟ ରହିବ ସୁଖ ଶାନ୍ତି ମିଳେ

ମା ଲକ୍ଷ୍ମୀ ପ୍ରସନ୍ନ ହେବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy