STORYMIRROR

SUKANTA KHANDA

Fantasy Others

4  

SUKANTA KHANDA

Fantasy Others

ବିବାହ ବାର୍ଷିକୀ

ବିବାହ ବାର୍ଷିକୀ

1 min
264


ସମୟର ଚକ୍ରେ ଆମେ ପତିପତ୍ନୀ

ଦୋଳି ଖେଳୁଅଛୁ ନିତି

ଅତୀତ ହେଲାଣି ବିବାହର ଦିନ

ମନରେ ରଖି ସାଇତି।୧

ଆଜିର ଦିନରେ ଶୁଭ ପରିଣୟ

ଆମେ ଦୁହେଁ ହୋଇଥିଲୁ

ଦେଖୁଦେଖୁ ସବୁ ଅତୀତ ହେଲାଣି

କିଛି ଜାଣି ନ ପାଇଲୁ।୨

ପନ୍ଦର ବର୍ଷଟା କେମିତି କଟିଲା

ପନ୍ଦର ଦିନ ଲାଗୁଛି

ମନେ ପଡି଼ଛି ତ ସ୍ମୃତିର ଦିନଟି

ଲହଡି଼ ଆଜି ଖେଳୁଛି।୩

ବିବାହ ବାର୍ଷିକୀ ପାଳନ କରୁଛୁ

ଘର ପରିବାର ମିଶି

ବନ୍ଧୁ ବାନ୍ଧବଙ୍କୁ ଲୋଡି଼ନୁ ପାଖକୁ

ଲୋଡି଼ଛୁ ଆକାଶେ ଶଶି।୪

ଗାୟତ୍ରୀ ଯଜ୍ଞରେ ପୁରୋହିତ ଭାବେ

ସୂର୍ଯ୍ଯଦେବ ବସିଛନ୍ତି

ଦେବ ମନ୍ତ୍ରପାଠ ଗ୍ରହ ଓ ନକ୍ଷତ୍ର

ତୁଣ୍ଡରେ ବି ଧରିଛନ୍ତି।୫

ପବନ ଗାଉଛି ମଙ୍ଗଳ ସଙ୍ଗୀତ

ନାଚୁଛି ଦିଗବଳୟ 

ଆଲୋକ ମାଳାରେ ତୋରଣ ଟାଙ୍ଗିଛି

ଇନ୍ଦ୍ରଧନୁ ତାରାମୟ।୬

ବ୍ରହ୍ମା ବିଷ୍ଣୁ ଶିବ ଆଶିର୍ବାଦ ସହ

ଶୁଭାଶିଷ ଦେଉଛନ୍ତି

ତେତ୍ରିଶ କୋଟି ହିଁ ଉପସ୍ଥିତ ଘରେ

ଦେବାଦେବୀ ବସିଛନ୍ତି।୭

ପୂରି ଉଠୁଅଛି ହୃଦୟ ଆମର

ଆଜିର ଦିନଟି ପାଇଁ

ସକଳ ମାନବ ସାମିଲ ହୁଅନ୍ତୁ

ଆଶୀର୍ବାଦ ଟିକେ ଥୋଇ।୮

ଆମର ଜୀବନ ସୁଖମୟ ପାଇଁ

ବିନତି କରୁଛୁ ଆଜି

ରାଗ ହିଂସା ଯଦି ରହିଛି ହୃଦରେ

ମନୁ ଫିଙ୍ଗିଦିଅ ଖୋଜି।୯

ସଭିଙ୍କୁ ପ୍ରଣାମ ଉପସ୍ଥିତ ଯେତେ

ଯୋଡୁଅଛୁ ଦୁଇ କର

ଭୁଲିଯାଇ ସବୁ ଦିଅ ଶୁଭାଶିଷ 

ପ୍ରେମର ଏ ବସନ୍ତର।୧୦

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy