STORYMIRROR

Smitali Priyadarsini Panda

Romance Fantasy

4  

Smitali Priyadarsini Panda

Romance Fantasy

ପ୍ରେମର ଆଳାପ

ପ୍ରେମର ଆଳାପ

1 min
307

ପ୍ରେମର ଆଳାପ ଶିଖାଇଲ ମତେ

ପ୍ରୀତିର ସଂଳାପ ହୋଇ

ହୃଦୟ ମନ୍ଦିରେ ଦେବତା ସାଜିଲ

ସ୍ନେହ ର ଆଶିଷ ଦେଇ l


ପ୍ରଥମ ପରଶେ ହୃଦୟ ହରଷେ

ଅଦ୍ଭୁତ ସେ ସମ୍ମୋହନ 

ଶୟନ ସପନେ ସବୁ ମୁହୂର୍ତ୍ତରେ 

ଖୋଜି ହେଉଥାଏ ମନ l


ପୀରତି ର କାଳି ଅଙ୍ଗେ ଦେଇ ବୋଳି

ଲେଖିଗଲ ପ୍ରେମଗୀତି 

ଶାନ୍ତ ଏ ହୃଦୟ ହୁଅଇ ଅଥୟ

ଭାବନାରେ ଉଠେ ମାତି l


କେଉଁ ପୂଣ୍ୟ ଫଳେ ଅବା ଭାଗ୍ୟ ବଳେ

ସାଥି ମୁଁ ପାଇଛି ଖୋଜି

ଗୋଟେ ଜନ୍ମ ନୁହେଁ ଶହେ ଜନ୍ମ ଯାଏଁ

ରହିବ ସିନ୍ଦୂର ସାଜି ll


Rate this content
Log in

Similar oriya poem from Romance