STORYMIRROR

Smitali Priyadarsini Panda

Romance Fantasy

4  

Smitali Priyadarsini Panda

Romance Fantasy

ପ୍ରେମର ଆଳାପ

ପ୍ରେମର ଆଳାପ

1 min
314

ପ୍ରେମର ଆଳାପ ଶିଖାଇଲ ମତେ

ପ୍ରୀତିର ସଂଳାପ ହୋଇ

ହୃଦୟ ମନ୍ଦିରେ ଦେବତା ସାଜିଲ

ସ୍ନେହ ର ଆଶିଷ ଦେଇ l


ପ୍ରଥମ ପରଶେ ହୃଦୟ ହରଷେ

ଅଦ୍ଭୁତ ସେ ସମ୍ମୋହନ 

ଶୟନ ସପନେ ସବୁ ମୁହୂର୍ତ୍ତରେ 

ଖୋଜି ହେଉଥାଏ ମନ l


ପୀରତି ର କାଳି ଅଙ୍ଗେ ଦେଇ ବୋଳି

ଲେଖିଗଲ ପ୍ରେମଗୀତି 

ଶାନ୍ତ ଏ ହୃଦୟ ହୁଅଇ ଅଥୟ

ଭାବନାରେ ଉଠେ ମାତି l


କେଉଁ ପୂଣ୍ୟ ଫଳେ ଅବା ଭାଗ୍ୟ ବଳେ

ସାଥି ମୁଁ ପାଇଛି ଖୋଜି

ଗୋଟେ ଜନ୍ମ ନୁହେଁ ଶହେ ଜନ୍ମ ଯାଏଁ

ରହିବ ସିନ୍ଦୂର ସାଜି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance