ମନେ ମୋର ଅଭିମାନ
ମନେ ମୋର ଅଭିମାନ
ହାତେ ଧରାଇଲୁ ଷୋଡଶୀ ଜହ୍ନକୁ
ରଙ୍ଗ ଭରିଦେଲୁ ଆଖିରେ ମୋର
ତୋ ମହକେ ସଖୀ ମହକି ଗଲି ମୁଁ
ମହକି ଉଠିଲା ସଚରାଚର I
ତୋ ଓଠୁ ଝରିଲା ହସର ଝରଣା
ଭେଦିଗଲା ମୋର ସର୍ବାଙ୍ଗ ସାରା
ତୋ ଆଖି ତେଜରେ ଆଲୋକିତ କଲୁ
ମଥାରେ ଲଦିଲୁ ଖୁସି ପସରା I
ଅବୁଝାଟିଏ ତୁ କେମିତି ଦେଖିବୁ
ମୋ ହୃଦୟ ତଳ ପ୍ରୀତି ଜୁଆର
ମନତଳେ ତୋର ଶତ ପ୍ରଶ୍ନବାଚୀ
କେଉଁପରି ଅବା ଦେବି ଉତ୍ତର I
ଅସୀମ ଅମାପ ତୋ ପ୍ରେମ ସାଗର
ମାପି ପାରିବିନି ଜୀବନ ସାରା
ଜାଣିିନି ତଥାପି ନିର୍ଦ୍ଦୟ କିଆଁ ତୁ
ଦିନରେ ବି ମୋତେ ଦେଖାଉ ତାରା I
ଭଲ ପାଇବାର ସରଳପଣରେ
ପ୍ରଶ୍ନବାଚୀ କିଛି ନଥାଏ ସଖୀ
ମୋ ନିର୍ବୋଧ ମନ ବୁଝିନି ଏଯ଼ାଏ
ଶୂନ୍ୟଟାରେ ସିନା ଭିଜାଏ ଆଖି I
ବେଳ ରତ ରତ ହେଲାଣିଲୋ ସଖୀ
ଧିରେ ଧିରେ ସଞ୍ଜ ଆସୁଛି ନଇଁ
ଖୋଲିଦେ ଆଜି ତୋ ମନର ଦୁଆର
ଦୁଇ ଆତ୍ମା ଯାଉ ଗୋଟିଏ ହୋଇ I