Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ଅସ୍ତ ଅନ୍ଧାରର ଚିଠି

ଅସ୍ତ ଅନ୍ଧାରର ଚିଠି

1 min
179



ହସି ଉଠୁଛି ଲୋ ଆକାଶ ବତାସ

ହସିଲାଣି ବଡଦାଣ୍ଡ

ଦେଖା ଯାଉଛି ଲୋ ସରଗ ଭୂବନ

ଆଗରେ ମୋ ମଧୁଭାଣ୍ଡ I

ଅସ୍ତ ହୋଇଲାଣି ରାତିର ଅନ୍ଧାର

ସୂର୍ଯ୍ୟ ଆସିଲେଣି ଉଇଁ

ହସି ଉଠିଲାଣି ପ୍ରୀତିର ସହର

ହସିଲେଣି ଜାଇ ଜୁଇ I

ଆଖିତଳେ ମୋର ବିଜୁଳି ଚମକ

ମନରେ ପ୍ରଣୟ ସୁଧା

କାନେ ପଡିଲାଣି ଅଳିର ଗୁଞ୍ଜନ

ଜାଗିଲାଣି ପ୍ରୀତିକ୍ଷୁଧା I

ବରଷା ରାଣୀର ଭିଜା ପଣତଟା

ଶୁଖି ଶୁଖି ଆସିଲାଣି

ବିଲବଣ ଆଉ ନଈପଠା ଦେଖ

କାଶତଣ୍ଡୀ ହସିଲାଣି I

ଦେହଜଳା ତାତି ହଜି ଗଲାଣି ଲୋ

ଶୀତଳ ହେଲାଣି ମନ

ଇନ୍ଦ୍ରଧନୁ ପରି ସାତରଙ୍ଗ ମାଖି

ହସିଲାଣି ଯଉବନ I

ଖୁସି ବରଷୁଛି ଚଉଦିଗେ ଦେଖ

ପ୍ରତିକ୍ଷାର ହୁଏ ଅନ୍ତ

ମଧୁର ମଧୁର ପ୍ରୀତିର ସନ୍ଦେଶ

ଲେଖିଲାଣି ମୋର ହାତ I

      


Rate this content
Log in

Similar oriya poem from Romance