STORYMIRROR

Krushna Mohan Satpathy

Romance

4  

Krushna Mohan Satpathy

Romance

ତାରା ମାନେ ସବୁ ଶୋଇଗଲା ପରେ

ତାରା ମାନେ ସବୁ ଶୋଇଗଲା ପରେ

1 min
251

ତାରା ମାନେ ସବୁ ଶୋଇଗଲା ପରେ

ନୀଳ ଆକାଶ ବୁକୁରେ

ଅନ୍ଧକାର ଯାଏ ଅପସରି

ଦିଗବଳୟ ଫାଟିପଡ଼େ

ରକ୍ତିମ ଆଭାରେ ।


ରାତି ସାରା ଉଜାଗର ଅସଂଖ୍ୟ କଳିକା

ସ୍ବପ୍ନ ଜୁଡ଼ୁ ବୁଡ଼ୁ ଶିଶିର ଶଯ୍ୟାରୁ

ପତର ଓଢଣୀ ତୋଳି

ସୂର୍ଯ୍ୟସ୍ନାତେ ହୁଅନ୍ତି ବିଭୋର

ରଙ୍ଗ ବେରଙ୍ଗର ପାଖୁଡ଼ା ମେଲାଇ।


ଆଉ କିଛି ବିବସ ରାତ୍ରିର ମହକ

ପ୍ରୀତି ବାଣ୍ଟି ସାଜି ଆଭୂଷଣ

ଅଭିମାନେ ବିନା ପ୍ରତିବାଦେ

ଚନ୍ଦ୍ରମାକୁ ଝୁରି ଝୁରି

ମଉଳି ଯାଆନ୍ତି ନିଦାଘ କିରଣେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance