STORYMIRROR

Krushna Mohan Satpathy

Romance

3  

Krushna Mohan Satpathy

Romance

ବର୍ଷା (୧)

ବର୍ଷା (୧)

1 min
163

ବର୍ଷା, 

କେତେବେଳେ ଆସି ଚାଲିଗଲ

ଜାଣି ପାରିଲିନି !

ଦାଲୁକାଏ ବଳକା ପବନ

ଝରକାରେ ଧକା ଦେଇ ଚାଲିଗଲା ପରେ

ଝାଳ ଜୁଡ଼ୁ ବୁଡ଼ୁ ଦେହ ଶିହରି ଉଠିଲା

ଅତିକ୍ରାନ୍ତ ଚିହ୍ନା ଚିହ୍ନା ବାସ୍ନା

ଛାଡ଼ି ଦେଇଯାଇଥିଲ

ସାମୟିକ ଅତର୍କିତ ସ୍ପର୍ଶର ବାହାନା ! 


ଖୋଜି ଚାଲିଲି ତୁମ ପାଦ ଚିହ୍ନ

ଧୂଳି ଧୂସରିତ ଗଛ ଲତା

କିଛି ପତ୍ର ଝଡ଼ା ଦେଇ 

ଝରାଉଥାନ୍ତି ଟୋପା ଟୋପା ଲୁହ,

ରାସ୍ତା ଘାଟ ମଡ଼ା ଅମଡ଼ା

ଛାଡ଼ୁଥାନ୍ତି ଦୀର୍ଘ ଶ୍ଵାସ

ମୁହଁରେ ବାଜି ଯାଉଥିଲା

ସେହି ଦରଭିଜା ମାଟିର

ଚିହ୍ନା ଚିହ୍ନା ବାସ୍ନା !

ବିଜୁଳି ତାରରେ ବସି ପର ଝାଡ଼ୁଥିବା

ହାଉଜାଉ ରାଉ ରାଉ କାଉ ସବୁ

ଉର୍ଦ୍ଧ୍ବ ମୁଖା, ସମ୍ପୂର୍ଣ୍ଣ ନୀରବ

ଝୁରୁଥାନ୍ତି କିଛି ମୁହୂର୍ତ୍ତର 

ଦୋହଲା କୋହଲା

ରୁଣୁଝୁଣୁ ଟପର ଟପର ଶବ୍ଦ !


କ୍ରମଶଃ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance