STORYMIRROR

Krushna Mohan Satpathy

Classics Others

3  

Krushna Mohan Satpathy

Classics Others

ଭୟ

ଭୟ

1 min
180

ପୁତ୍ରମୋହେ ଧୃତରାଷ୍ଟ୍ର ରାଜଧର୍ମ ପରିହିତ

"ଦୁର୍ବଳତା" ହସ୍ତିନା ସିଂହାସନ,

ବିନା ଯୁଦ୍ଧେ ଦେବ ନାହିଁ ସୂଚ୍ୟଗ୍ର ମେଦିନୀ

ମହାମାନି କିନ୍ତୁ ଆଶଙ୍କାରେ ଜର୍ଜରିତ

ଶ୍ରୀକୃଷ୍ଣଙ୍କ ଦୁର୍ବଳତା ପାଣ୍ଡଵ ଶିବିର

ଅଙ୍ଗୀକାରବଦ୍ଧ ପରାକ୍ରମୀ ଭୀଷ୍ମ

ବିଧର୍ମୀ ଗହଣେ ନେବେନାହିଁ କୌରବ ପକ୍ଷ !


କୁନ୍ତୀଲଜ୍ଜା ସୂର୍ଯ୍ୟପୁତ୍ର କର୍ଣ୍ଣ ଉପେକ୍ଷିତ

ଲୋକ ଅପବାଦ ଅବିଚାର ସରବ୍ୟ ସେ

ପରିକର ସହୋଦରେ ନେବ ପ୍ରତିଶୋଧ,

ଜାତି ବର୍ଣ୍ଣ ତାଡ଼ନାରେ ଅଗଣିତ ଲାଂଛିତ 

କିଏ ଜାଣେ କେତେ ଯୋଦ୍ଧା ଜ୍ଞାନୀ ଅଭିମାନି

ବ୍ୟଭିଚାରୀ ଦୁର୍ଯ୍ୟୋଧନ ସପକ୍ଷରେ ଉଭା !

ଦୁର୍ବଳତା ଯେବେ ଶିଖରରେ, ଭୟ ସାମର୍ଥ୍ୟରେ

ସବୁ କପଟ ପଶାର ପରାଭବ ପ୍ରଚ୍ଛନ୍ନ କର୍ମରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics