STORYMIRROR

Krushna Mohan Satpathy

Others

4  

Krushna Mohan Satpathy

Others

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
1

ଅମାନିଆ ପଶ୍ଚିମା ପବନରେ 

ଝଡ଼ା ଶୁଖିଲା ପତ୍ର ସବୁ 

ବଗିଚାର ଗୋଟିଏ କୋଣରେ 

ଧକମ୍ ଧକା ହୋଇ ଏକାଠି ହେଲେଣି

ସ୍ପର୍ଶ ସ୍ପଷ୍ଟ , ଅନୁଭବ ଅନୁରୂପ

ବାରି ହେଇ ଯାଉଥିଲା 

ସେଇ ପୁରୁଣା ଆଲିଙ୍ଗନ 

ହସ ଖୁସିର ମହୋଲ୍ଲାସ 

କଅଣ ଭୂସ୍ୱର୍ଗରେ ବନ୍ଧୁ ମିଳନ !

କାହିଁକି ବା ହବନି 

ଏଇଠି ମିଳନ ଏଇଠୁ ମେଲାଣି !


ପାର୍ଶ୍ଵବର୍ତ୍ତୀ ପରିତ୍ୟକ୍ତ ଅମଡ଼ା ଇଲାକା 

ଯେଉଁଠି ଲାଗିଛି ଶୂନ୍ୟକୁ ନିଶୁଣି 

କୁଢ଼ କୁଢ଼ ବାଉଁଶ ପାଉଁଶ ଗଦାରୁ  

ମହାଯାତ୍ରାର ସୁଆରି

ଅସହାୟ ପରିଚୟ ଫଳକ ସବୁ

ଉଙ୍କି ମାରୁଛନ୍ତି,

ଝଡ଼ ପରର ପୃଥିବୀରେ

ପଡ଼ି ଉଠି 

କଅଁଳୁ ଥିବା ପତ୍ର ପୁଷ୍ପ ଭଳି !

ଘଟରୁ ପିଣ୍ଡ ଚାଲିଗଲା ପରେ 

ଶୂନ୍ୟତାର ଭାଷା ହୁଏ ପ୍ରକଟିତ,

ସ୍ମୃତି ଖୋଜି ବୁଲେ ପ୍ରିୟଜନ 

ନିର୍ଜନତାରେ ଅବା ପୁରୁଣା ସ୍ଥାନରେ...


କୃଷ୍ଣ ମୋହନ ଶତପଥୀ 

୨୮/୩/୨୦୨୬


Rate this content
Log in