ସ୍ବର୍ଗତଃ ବର୍ତ୍ତମାନ
ସ୍ବର୍ଗତଃ ବର୍ତ୍ତମାନ
1 min
205
ଜନ୍ମଦିନ !
ଆସିଲେ ଡର ଲାଗେ ଯେମିତି
କାଳେ କିଏ ଗଣୁଥିବ ବୟସ
ମାସେ ବର୍ଷେ ବଡ଼ ହେଇଥିଲେ
ଚିହ୍ନା ଜଣା ଟିକେ ହୁଅନ୍ତି ଆଶ୍ୱସ୍ତ
ତଳ ବରଡ଼ାର ଦମ୍ଭ ବଢ଼ିଯାଏ
କିଛି ଦିନ ଯାତ୍ରା ଚିନ୍ତା ରହିତ !
କିନ୍ତୁ,
ରଥର ଆୟୁଷ ଦଉଡ଼ି ଜାଣିଛି
ଗଡୁଥିବା ଯାଏ ସବୁ ବଡ଼ଦାଣ୍ଡ
ସବୁ କୋଳାହଳ ବାହୁଡା଼ ପର୍ଯ୍ୟନ୍ତ
ସ୍ବର୍ଗତଃ ବର୍ତ୍ତମାନ ଅଘଟଣ ମୁକ୍ତ
ଯୁକ୍ତ ବିଯୁକ୍ତ ଶ୍ରୀଯୁକ୍ତଙ୍କ ଭବିଷ୍ୟତ !
