ଅନୁଭୂତି
ଅନୁଭୂତି


ଅନୁଭୂତି ଦିଏ ହୃଦୟେ ଆଘାତ
ଅଧା ବାଟରେ ସେ ଦେଇଛି ଛାଡ଼ି
ଫେରନ୍ତା ଚିଠିକୁ ତଥାପି ଚାହିଁଛି
ଉତ୍ତର କେବେଠୁଁ ସାରିଛି ଲେଖି !
ସ୍ବପ୍ନ ଦେଖିବାଟା ସବୁଠୁଁ ସହଜ
ବାଟ ଆଉ କିଛି ଅମଡ଼ା ନାହିଁ
ଘରୁ ପାଦ କାଢ଼େ ନିଶ୍ୱାସ ଇଙ୍ଗିତେ
ଅଙ୍ଗେ ରଙ୍ଗ ବସ୍ତ୍ର ବାର ଅନୁଯାୟୀ ।
ଖୋଜେ ଶୁଭ ସଂଖ୍ୟା କଷେ ରାଶି ଫଳ
ଶୁକ, ପାଠ ଭୁଲି, ଖେଳେ ପଶାପାଲି
ଗଛ ମୂଳେ ପୂଜା ଯେତେ ଦେବାଦେବୀ
ଆଶିଷ ରହିତ, ଭରସା ନିବୃତ୍ତ !
ପ୍ରତିଶୃତି ନିରୁଦ୍ଧିଷ୍ଟ ଫିକା ଫିକା ସ୍ମୃତି
ଇତି, ତୁମ ପରିଚିତ କ୍ଷତ ପ୍ରଜାପତି ।
ଫେରନ୍ତା ଚିଠିକୁ ତଥାପି ଚାହିଁଛି
ଉତ୍ତର କେବେଠୁଁ ସାରିଛି ଲେଖି !