STORYMIRROR

Krushna Mohan Satpathy

Romance

3  

Krushna Mohan Satpathy

Romance

ବର୍ଷା(୨)

ବର୍ଷା(୨)

1 min
175

ଦେଖା ହେବ ଏକାନ୍ତରେ

ପହଞ୍ଚିଲି ନିର୍ଜ୍ଜନ ପ୍ରାନ୍ତରେ

ଲୁଚି ଯାଇଥିଲ ବୋଧେ

ବାଦଲର ପରଦା ପଛରେ

କିନ୍ତୁ କେତେ କ୍ଷଣ !


ବିଜୁଳି ଚମକରେ

ଝଲସି ଯାଉଥିଲା ସୁଦୀର୍ଘ ପଣତ

କାଁ ଭାଁ ଘଡ଼ଘଡ଼ି ଗଡ଼ି ଗଡ଼ି

କ୍ଷୀଣ ହେଇଯାଉଥିଲା ସ୍ୱର

ବର୍ଷା, କିଛି କହୁଥିଲ ନିଶ୍ଚୟ ?


ଅସ୍ତବ୍ୟସ୍ତ ଇତସ୍ତତଃ 

ପ୍ରାନ୍ତବର୍ତ୍ତୀ ଆକାଶରୁ ଖଣ୍ଡ ଖଣ୍ଡ

ମେଘ ସବାରିରୁ ଝୁଲି ହଲି

ପାଦ କାଢ଼ି ରଖିବା ପୂର୍ବରୁ

ଯେମିତି ମିଳେଇ ଯାଉଥିଲା

ରୁକ୍ଷ ଶୁଷ୍କ ତାତିର ସ୍ପର୍ଶରେ !


ଭାସି ଭାସି ଆସୁଥିଲା 

କୁଣ୍ଡା ଝଡ଼ା କୁହୁଡ଼ି କାନ୍ଧରେ 

ସେଇ ପରିଚିତ ପୁରୁଣା ମହକ

ପ୍ରତାରଣା ନୁହଁ, ତୁମେ ପରାଧୀନ

ଲେଖିଛି ସନ୍ଦେଶ

ଦକ୍ଷିଣରେ ଲଳିତା ହାତରେ

ପଶ୍ଚିମରେ ବିଶାଖା

ଢଳ ଢଳ ଶ୍ରାବଣର ଧାରା

ମଧ୍ୟାନର ସୂର୍ଯ୍ୟ ବି କରିଛି ଅପେକ୍ଷା !

                                (କ୍ରମଶଃ..)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance