STORYMIRROR

T.Durga Prasad Rao

Romance

5.0  

T.Durga Prasad Rao

Romance

ପ୍ରେମ ଋତୁର ଆଗମନେ

ପ୍ରେମ ଋତୁର ଆଗମନେ

1 min
214


ପ୍ରେମ ଋତୁ ଆସେ ବୋଳି ଅଙ୍ଗ ବାସେ

ଫଗୁଣର ପ୍ରୀତି ରଙ୍ଗ

ସେ ରଙ୍ଗ ରଙ୍ଗେଇ ମନ ଯେ ଖୋଜିବ

ନିତି ପ୍ରିୟା ତୋର ସଙ୍ଗ

ଚାଲ ସଖୀ ଯିବା ଥରେ

ଆକାଶକୁ ଚିରି ମେଘ ସେପାଖରେ

ଦୂର ଜହ୍ନ ରାଇଜରେ ।


ଆପଣା ଆପଣା ଭାବନା ସମ୍ଭାର

ପୁଞ୍ଜି କରି ଘେନି ଯିବା

ପ୍ରଣୟ ଆବେଗେ ପିରତୀ ସୋହାଗେ

ମିଳନ ଛନ୍ଦ ଯୋଡ଼ିବା

ବଙ୍କିମ ଚାନ୍ଦ କୋଳରେ

ଚୁମ୍ବିବି ତୋହର ନାଲି ଓଷ୍ଠଧାର

ସ୍ନିଗ୍ଧ ବିଜନ ବେଳାରେ ।


ତାରାଫୁଲ ତୋଳି ଗଭା ତୋ ସଜାଡ଼ି

କେଶର ମହକେ ମଜି

ବିସ୍ମରିବି ସଖୀ ଅସ୍ମିତା, ଚେତନା

ସୁଖର ପଥରେ ହଜି

ଢ଼ାଳିବି ଗୋ ତୋ ହୃଦରେ

ଭାବ ଭବ୍ୟରଙ୍ଗ ଭାବନା ତରଙ୍ଗ

ବାନ୍ଧି ପ୍ରଣୟ ପାଶରେ ।


ଜହ୍ନ ହସୁଥିବ ଜୋଛନା ପ୍ରସାରି

ରୂପେଲି ମଧୁ ଝରାଇ

ମେଘର ପଣତେ ଲୁଚାଇବ ମୁହଁ

ମିଳନରେ ଲାଜ ହୋଇ

ଆକାଶେ ଘୋଟିବ ଛାଇ

ଆଖିପତା ତୁମ ନଇଁ ଆସୁଥିବ

କାମନାରେ ଦଗ୍ଧ ହୋଇ ।

ଟି.ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance