Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Anam Charan Sahoo

Romance

5.0  

Anam Charan Sahoo

Romance

ପ୍ରେମ

ପ୍ରେମ

1 min
179


ପ୍ରେମ ଏମିତିକା ଅବୁଝା ଗଣିତ

ସହଜେ ହୁଏନା କଷି

କଷିପାରେ ଯିଏ ଧନ୍ୟ ଏକା ସିଏ

ସଂସାରେ ଚଳଇ ହସି।

ପ୍ରେମରେ ନ ଥାଏ ହିସାବ ନିକାସ

ଭଲ ମନ୍ଦ ଲାଭ କ୍ଷତି

ପ୍ରେମରେ ଆରମ୍ଭ ଶେଷ ବି ନ ଥାଏ

ନ ଥାଏ ଅଜାତି ଜାତି।

ପ୍ରେମ ଅଟେ ସଦା ସରସ ଶାଶ୍ୱତ

ସର୍ବ ଘଟେ ବିକଶିତ

ପ୍ରେମ ଆପେଆପେ ହୁଏ ଏ ଜୀବନେ

ସବୁଠାରୁ ବଡ ବିତ୍ତ।

ସାଗରୁ ଗଭୀର ଆକାଶୁ ବିଶାଳ

କଳନା ନ ହୁଏ କରି

ତଥାପି କାହିଁକି ଅମାନିଆ ମନ

ବୁଝିବି ଅବୁଝା ପରି।


Rate this content
Log in