STORYMIRROR

Tapan Dixit

Romance Abstract Others

3  

Tapan Dixit

Romance Abstract Others

ଲିଭିବି ଲିଭିନି..… ତୁମେ ଆସି.....

ଲିଭିବି ଲିଭିନି..… ତୁମେ ଆସି.....

1 min
13.4K


ସାଉଁଳା ଶୀତର ସନ୍ଧ୍ୟାରେ ଭିଜା

ଚୁନା ଚୁନା ସ୍ମୃତିମାନ

କଅଁଳ କାକରେ ଝରା ଶିଉଳିର

ବାସଝରା ଅଭିମାନ।।

କେଉଁ ପଲ୍ଲୀବାଳା ନରମ ପାଦର

ସରମୀ ଅଳତା ଦାଗ

ପଥ ପିଠିପରେ ଶୋଇ ଶୋଇ ଆଙ୍କେ

ପ୍ରଣୟର ଅନୁରାଗ ।।

ସଞ୍ଜ ନଇଁଲେ ପଲକ ରାଣରେ

ସପନ କରୁଛି ଟାହି

କାହିଁ ତୁମ ବିନା ଶୂନ୍ୟତା ସାଉଁଟି

ରାତିଟା ନଯାଉ ପାହି।।

ଏବେବି ତୁମର ଗଜରାର ବାସ

ଘୁରିବୁଲେ ନିଶ୍ୱାସରେ

ପ୍ରଣୟ ଯାଚନା କରିଥିଲି ଯାହା 

ତଥାପି ମୋ ବିଶ୍ୱାସରେ ।।

ଲିଭିବି ଲିଭିନି ତୁମେ ଆସି...ଯିବା

ଅଗଣାରୁ ପାଦ ଚିହ୍ନ

କଳା ରାତିଦେହେ ପ୍ରଦୀପ ଜାଳୁଛି

କରି ତୁମ ଆବାହନ।।

୨୬.୧୧.୨୦୧୭

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ 

ଇ.ମେଲ:konark.dixit@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance