STORYMIRROR

Nityananda Mohanty

Romance

3  

Nityananda Mohanty

Romance

ଠାରି ଦେଲେ

ଠାରି ଦେଲେ

1 min
166

ଠାରି ଦେଲେ ଥରେ

ଆଖିରେ ହେଉ କି ହାତରେ

କିମ୍ବା ଓଠରେ ଝରେଇ ଦେଲେ

ମିଠାମିଠା ଶବ୍ଦରେ

ଗୋଟେ ବିଶ୍ୱସ୍ତ ହୃଦୟରେ

ପ୍ରେମ ଖୋଜି ଖୋଜି

ବିମୁଗ୍ଧ ଚିତ୍ତରେ ପାଖରେ

ଗେଲ ହୁଅନ୍ତି ଅରଣ୍ୟର ପଶୁ

ପାହାଡ଼ ଚୂଳରୁ ଓହ୍ଲେଇ ଆସନ୍ତି ମୟୂର l


ହାତ ଠାରି ଡାକିଲେ ଜହ୍ନକୁ

ଜହ୍ନ ଗଦେଇ ଦିଏ ପାପୁଲିରେ ଜୋଛନା

ସବୁ ବିଶ୍ୱସ୍ତ ପ୍ରେମର ଆକର୍ଷଣ

ଏଥିରେ ବା କାହିଁ କାମନାର ଜିଭ

ଆୟୁଷକୁ ଚାଟି ଚାଲୁଥିବ

ପ୍ରତାରିତ କରି ନିରୀହ ଆତ୍ମାକୁ?


ଟିକିଏ ଆ କହିଲେ

ଲଟେଇ ଯାଏ ହାତ ସର୍ବାଙ୍ଗକୁ

ଡେଣା କଅଁଳି ଯାଏ ଅସମ୍ଭବ ମୁଦ୍ରାରେ

ସେ ଛଳ ରଖିଛି କି ପ୍ରେମ ରଖିଛି

ଆଉଁସି ଦେବାକୁ ମୋର ଗ୍ରୀବା ଏବଂ ବକ୍ଷ

ମୁଁ କିନ୍ତୁ ଶେଷଯାଏଁ

କରୁଥିବି ଅନୁଭବ ଅଦ୍ଭୁତ ରୋମାଞ୍ଚ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance