ଆସିବ ଗୋ ସଖି, ଆସିବ
ଆସିବ ଗୋ ସଖି, ଆସିବ
ରାଣ ଅଛି ସଖି ଆସିବ ଗୋ ତୁମେ ଆସିବ
ଆକାଶରେ ଜହ୍ନ ହସିଦେଲେ ସଖି
ମନ୍ଥର ଗତିରେ ଆସିବ l
ଜୋଛନାରେ ଯେବେ ଭିଜିବ ଗୋ ସଖି ଭିଜିବ
ମଳୟ ପବନ ଦକ୍ଷିଣ ଦିଗରୁ
ସୁଲୁସୁଲୁ ହେଇ ବହୁଥିବ l
ଦୋହଲି ଦୋହଲି ଚାଲୁଥିବ ସଖି ଚାଲୁଥିବ
ଝୁଣ୍ଟିଆର ଶବ୍ଦ ମୂର୍ଚ୍ଛନା ତୋଳି
ଚାଲିରେ ଫୁଲ ଫୁଟୁଥିବ l
ଦେହ ଲୋଡ଼େ ଖାଲି ଦେହର ପରଶ
ମିଠା କଥା ଓଠୁ ମିଠା କଥା
ନୀରବେ ନିଶବ୍ଦେ ନିର୍ଜନେ କେବଳ
ରଖିଅଛି ଖାଲି ବିରହ ବ୍ୟଥା ।
ଗୀତରେ ଗୀତରେ ଗାଉଅଛି ସଖି ଗାଉଅଛି
ଯୋଡୁଅଛି ଖାଲି ପ୍ରଣୟର ଛନ୍ଦ
ମଧୁର ଝଙ୍କାର ତୋଳୁଅଛି l

