STORYMIRROR

Nityananda Mohanty

Abstract

4.3  

Nityananda Mohanty

Abstract

ମାନବ ଜୀବନ

ମାନବ ଜୀବନ

1 min
799


ମାନବ ଜୀବନ  ଦୁର୍ଲଭ ଜୀବନ

  ଈଶ୍ୱରଙ୍କ ଶ୍ରେଷ୍ଠ ଦାନ

ବଳ ବୁଦ୍ଧି ଜ୍ଞାନ.  ବିଚାର କରମ

  ଧର୍ମେ ଥିଲେ ମିଳେ ପୂଣ୍ୟ l


ତ୍ୟାଗ ସେବା ଦୟା କ୍ଷମା କରୁଣାରେ

  ନିରନ୍ତର ମତି ଥିଲେ

ସରଗର ସୁଖ   ଲାଭ ମିଳୁଥାଇ

  ପର ଦୁଃଖେ ଦୁଃଖୀ ହେଲେ l


ମାନବ ଜୀବନ   ସଫଳ ହୁଅଇ

  ମାନବେ ବେଭାର ଦେଲେ

ନର ନାରାୟଣ  ସନ୍ତୋଷ ଲଭଇ

  ତାଙ୍କୁ ନିତି ଭକ୍ତି କଲେ l


ଗର୍ବ ଅହଂକାର   ପ୍ରଭୁପଣ ପଦ

  କାମ ଲୋଭ ମୋହ ମାୟା

ବସନ ଭୂଷଣ &nbs

p; ଭୋଗ ଅଇଶ୍ୱର୍ଯ୍ୟ

   ବଢାଏ ତ ପାପ ଛାୟା l


ଏଥିରେ କି ବଢେ  ବଡ଼ପଣ କେବେ

   ଅନିତ୍ୟ ସୁଖକୁ ଧରି

ଦଧୀଚି ଧରମା  ଗୋପବନ୍ଧୁ ଗାନ୍ଧୀ

   ସେବା ଦେଖ ଲୟ କରି l


ଭଲ କାମ କଲେ  ଭଲ ଫଳ ମିଳେ

   ଦାନେ ଧ୍ୟାନେ ଭକ୍ତି ମୂଳେ

 ଧରମର ପୋତେ  ବସିଥିଲେ ସଦା

   ଶାଶ୍ୱତ ଆନନ୍ଦ ମିଳେ l


ହେ ମାନବ ପୁତ୍ର!  ମାନବ ଜୀବନ

  ନୁହଁଇ ତ ଚିରସ୍ଥାୟୀ

ସତ୍ତ୍ୱ ଗୁଣେ ଥାଇ  କରିବା ଉଚିତ

   ମରଣେ ମରଣ ଜୟୀ l



Rate this content
Log in

Similar oriya poem from Abstract