STORYMIRROR

Nityananda Mohanty

Romance

3  

Nityananda Mohanty

Romance

ପ୍ରଣୟ ସ୍ମୃତି

ପ୍ରଣୟ ସ୍ମୃତି

1 min
237

ସେଦିନର କଥା ସେତିକି ଥାଉ ଗୋ

      ସେଦିନର କଥା ସେତିକି ଥାଉ

ନୟନୁଁ ଲୋତକ ଢାଳିଢାଳି ସଖି!

       ହୃଦୟ ଜାଳନା ଥରେ ଆଉ

ଦେହ ଠାରୁ ଦେହ ଦୂରେଇ ଥାଉ ଗୋ

       ମନର ମିଳନ ସଦା ରହୁ

ଜହ୍ନ ଠାରୁ କଇଁ ନଥାଏ କି ଦୂରେ

       ପୀରତି ଉଜୁଡ଼େ କେ ବା କାହୁଁ

     ଲୁହକୁ ନକର ଲହୁ

ନିରବେ ନିଃଶବ୍ଦେ ତୁମ ରୂପ ଛବି ନିଶି ଦିନ ନିତି ଭାସିଯାଉ l


ଯାହାର ତାହାର ଯେ ଯେବେ ଯେଉଁଠି

        ଥାଉ ପଛେ ଥାଉ ଥାଉ ସଖି!

ମାଟିକୁ ଆକାଶ ଚୁମେ ନାହିଁ କିବା

        ଦିଗବଳୟ ପାଖେ ପାଖେ ରଖି

ପତ୍ର ପଡ଼ିଥିଲେ ଗଛଠୁଁ ଦୂରରେ

        ଜାଣି କି ନ ହେବ କହ ଦେଖି

କାହାର ସେ ଅବା କି ନାମ ତାହାର

         ଠିକଣା ରହେକି କେବେ ବାକି

      ମନ କଥା ମନେ ଥାଉ

ପ୍ରଣୟ ବିଭୋର ପରାଣ ସଙ୍ଗୀତ ମୂର୍ଚ୍ଛନା ତୋଳୁ ତୋଳୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance