STORYMIRROR

Baijayantimala Rout

Abstract Inspirational Others

3  

Baijayantimala Rout

Abstract Inspirational Others

ଭାବନା ରଙ୍ଗ

ଭାବନା ରଙ୍ଗ

1 min
141

ଭାବନା ରଙ୍ଗକୁ ରଙ୍ଗାଏ ମୁହିଁ

ମୋର ଏ କଲମ ମୁନରେ,

କେତେ କଳପନା କେତେ ଜଳ୍ପନା

ଫୁଟାଏ ମୁହିଁ ଛବିରେ ।

ସୁଖ ଦୁଃଖ ହସ କାନ୍ଦ ସବୁକୁ

ରୂପ ଦିଏ ପୁଣି ମୁହିଁ,

ଏ କଲମ ମୁନର ଶକ୍ତି ଆଗେ

ସବୁ ପଛରେ ପଡଇ ।

ଯାତନା ଦୁର୍ଦ୍ଦଶା ସମସ୍ତ ରୂପ

କଲମ ମୁନରେ ଆଙ୍କେ,

ଏଇ ମଣିଷ ବୁଝେନାହିଁ କିଛି

କଳିର କଳୁଷ ପଙ୍କେ ।

ଶିଶୁଟିର ଭବିଷ୍ୟତକୁ ନେଇ

ମୋ ଦେହରେ କଷ୍ଟ କରେ,

ସେଇ କଷ୍ଟ ଦିନେ ସଫଳ ହେଲା

ମୋର ଏଇ ଜୀବନରେ ।

ମୋ ଦେହରେ ଥାଏ ଅନେକ ରଙ୍ଗ

ଜୀବନେ ଭରିବା ପାଇଁ ,

ସବୁ ରଙ୍ଗ ପୁଣି ରଙ୍ଗୀନ ହୁଏ

କବିର ଭାବକୁ ନେଇ ।


Rate this content
Log in

Similar oriya poem from Abstract