ନିଃସର୍ତ୍ତ ନିର୍ମଳ ପ୍ରେମ
ନିଃସର୍ତ୍ତ ନିର୍ମଳ ପ୍ରେମ
ଆତ୍ମା ଅଛି, ପ୍ରେମ ଅନୁଭବ ହୁଏ ମଣିଷର,
ମନ ସହିତ ମନର ସମ୍ପର୍କ, ସର୍ବଦା ପ୍ରେମର.
ପ୍ରେମ, ପବିତ୍ର ବନ୍ଧନ, ଦୁଇଟି ମନର ମିଳନ,
ପ୍ରେମଭରା ହୃଦୟତ ଭରେ ହସ ଖୁସିର ଜୀବନ.
ପ୍ରେମ ନୁହେଁ ସୀମିତ ପ୍ରେମିକ ପ୍ରେମିକା ମଧ୍ୟର,
ଭ୍ରାତୃ-ଭଗ୍ନୀ ମାତା-ପୁତ୍ର, ପିତା-ପୁତ୍ର, ବନ୍ଧୁ ବନ୍ଧୁ
ସର୍ବେ ଅଂଶୀଦର.
ପ୍ରେମ, ବଡ ବିଚିତ୍ର, ମନ ତଳର ଭାଷା,
ସାଥୀ ସାଜେ ସାଥିର ଅଦ୍ଭୁତ ଦୃଷ୍ଟିର ପରିଭାଷା.
ଆକର୍ଷଣ ଥାଏ, ଭରିଥାଏ ହୃଦୟ କମଳରେ,
ପ୍ରେମ ଶାଶ୍ୱତ, ନୁହେଁ ସୀମିତ ଦୈହିକ କାମନାରେ.
ପର୍ବ ପର୍ବାଣିରେ ଏକାଠି ଭୋଜନ ପ୍ରେମକୁ
ଶକ୍ତ କରିଥାଏ,
ଭେଦଭାବ ଦୂର କରି ମମତାର ବନ୍ଧନ,
ସମ୍ବନ୍ଧ, ଏକତା ବଢାଏ
ସାଧୁତା, ନମ୍ରତା ସର୍ବଦା ପ୍ରେମର ଭୂଷଣ ହୁଏ,
ଛଳନା ସଠତା ନିଷ୍ଠୁରତା ତାକୁ ତ ଦୂରେଇ ଦିଏ.
କିଛି ପାଇବାର ଇଚ୍ଛା, ପ୍ରେମରୁ କରେ ବିଚ୍ୟୁତ,
ପବିତ୍ରତା, ନିଃସର୍ତ୍ତ ଅନୁରକ୍ତି, ନିର୍ମଳ ଭକ୍ତି,
ତାହାର ମହତ୍ତ୍ୱ.
ପ୍ରେମର ସ୍ପର୍ଶରେ ନିଷ୍ଠୁର ସର୍ବଦା ହୁଅଇ କୋମଳ,
ପ୍ରେମଟେ ପାଇବା ସପନ, ନମିଳିଲେ ସୃଷ୍ଟି ହୁଏ
ଦାବାନଳ.

