STORYMIRROR

Nityananda Mohanty

Romance

3  

Nityananda Mohanty

Romance

ଥକି ପଡିଲୁ କି ସଖି

ଥକି ପଡିଲୁ କି ସଖି

1 min
228


ଥକି ପଡ଼ିଲୁ କି ସଖି!

ଫେରନ୍ତା ପଥକୁ ଚାହିଁ ଚାହିଁ ମୋର 

ନୟନୁଁ ଲୋତକ ତୋ ଗଲାକି ଶୁଖି ?


ଚମ୍ପାଫୁଲ ପରି ଝଟକୁ ଥାଏ

ତୋହର ଲାବଣ୍ୟ କାନ୍ତି

ମତ୍ତ ଗଜ ଚାଲି ଜିଣି ପରାଏ

ନେଇଛ ଅଳସ ଗତି

ଠାଣି ବାଣୀ ହାସ ଝୀନ ବସନ

ସୁରମ୍ୟ ଭୂଷଣ ପ୍ରୀତି

ରସ ରଂଗ ସାଥୀ ରତି ବିଭୋରା 

ଯେତେକ ନବ ଯୁବତୀ

ପାଶେ ପାଶେ ଥାଇ ବିରସ କାହିଁକି

କହ ମୋ ସଖି! ଚନ୍ଦ୍ରମାମୁଖୀ ?


ଜାଣି ନାହୁଁ ତୁହି ଯଉବନର 

ରହିଛି କେମନ୍ତ ଗତି

ଥରୁଟିଏ ଆସି ଚାଲିଯାଏ ହସି

ଆଉ ନ ଫେରଇ କତି

ଭାଙ୍ଗିଲା ହାଣ୍ଡିକୁ କି ଫଟା କାଚକୁ

ଯୋଡି ହୁଅଇ କି କାହିଁ

ଫୁଟିଲା ଫୁଲ ଆଉ ଥରେ ଫୁଟେ 

ଦେଖିଛୁ କି ପ୍ରାଣସହୀ

ମରମ କଥାଟି ମରମରେ ରଖି

 ହେ ମୋ ସଖି !ବ୍ୟଥା କାହିଁକି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance