STORYMIRROR

Bijay Prusty

Romance

3  

Bijay Prusty

Romance

ପାଗଳ ପ୍ରେମୀ

ପାଗଳ ପ୍ରେମୀ

1 min
197


ତୁମେ କୁମୁଦିନୀ ଚିର ବିରହିଣୀ

ଅତୃପ୍ତ ଆତ୍ମାର ଗୀତି

ତୁମକୁ କେବେ ଲୋ ମଳୟ ଛୁଇଁନି

ଛୁଇଁନାହିଁ ପ୍ରଜାପତି I

ତୁମ ପ୍ରେମପାଇଁ କେତେ ଯେ ଭ୍ରମର

ବୁଲନ୍ତି ପାଗଳ ପ୍ରାୟେ

ତୁମପାଇଁ ନିତି ନିରୋଳା ରାତିରେ

ଶେଫାଳୀ ମହକୁ ଥାଏ I

ଯେଉଁଆଡେ ଚାହେଁ ସେଆଡେ ଲୋ ସଖୀ

ଦିଶିଯାଏ ତୁମ ରୂପ

ଲାଗେ ମୋତେ ଅବା କହୁଛି କେ ମୋତେ

ପରି ରାଇଜର ଗପ I'll 

ତୁମପାଇଁ ସଖୀ ମନ ତଳେ ମୋର

ଅକୁହା ପୁଲକ ଜାଗେ

ତୁମରି ପ୍ରେମରେ ଉବୁଟୁବୁ ପ୍ରାଣ

ତୁମଠୁ ତୁମକୁ ମାଗେ I

ଜାଣିଥାଅ ସଖୀ ତୁମ ମହକରେ

ମହକୁ ଥାଏ ମୁଁ ନିତି

ଆଖି ବୁଜିଦେଲେ ତୁମେ ଏକାଥାଅ

ଭିଜୁଥାଏ ବର୍ଷାରାତି I

ଛମ ଛମ ସ୍ୱରେ ଗୀତପଦେ ଗାଇ

ବର୍ଷା ହୋଇ ଯାଅ ଝରି

ଶୁଖିଲା ଭୂଇଁରେ ଜୀବନ ସଂଚାରି

ସବୁଜିମା ଦିଅ ଭରି I

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance