ମୋ ଚହଟ ଚମ୍ପି
ମୋ ଚହଟ ଚମ୍ପି


ଚହଟ ଚମ୍ପି ଲୋ
ଚହଟ ଚମ୍ପି,
ନେଇଯିବି ତୋତେ
ଏବେ ଲୋ ଝାମ୍ପି |(ଘୋଷା)
ପବନ ପରି ମୁଁ
ନେବି ଉଡେଇ,
କରିବି ତୋତେ ଲୋ
ମନ ଚଢେଇ l
ରାଗରେ ଯାଅନା
ତୁ ଏତେ କମ୍ପି
ଚହଟ... (1)
ପ୍ରେମରେ ଉଣା ମୁଁ
କରିବି ନାହିଁ,
ସତ କହୁଛି ତୋ
ଦେହକୁ ଛୁଇଁ l
ଜୀବନ ଦେବି ଲୋ
ତୋହରି ପାଇଁ
କଣ ଭାବୁଅଛୁ
ଗୋରୀ ଲୋ ତୁହି,
ତୁ ମୋର ଫୁଲ
ମୁଁ ତୋର ଡେମ୍ଫି l
ଚହଟ... (2)