STORYMIRROR

Chittaranjan Nanda

Romance Others

3  

Chittaranjan Nanda

Romance Others

ସୁନ୍ଦର ସଂସାର ପାଇଁ ପ୍ରେମର ସୃଷ୍ଟି

ସୁନ୍ଦର ସଂସାର ପାଇଁ ପ୍ରେମର ସୃଷ୍ଟି

1 min
164


ପଞ୍ଚ ତତ୍ତ୍ୱକୁ ନେଇ ଗଢ଼ା ଏଇ ଆମ ଶରୀର 

ଇର୍ଷା, ଦ୍ୱେଷ, ଲୋଭ ରହେ ମଣିଷ ସାଥିର


କାମନା ବାସନା ଭର୍ତ୍ତି ତ ରହିବ ମନ ଭିତରେ

ଚଳ ଚଂଚଳ ହୁଏ ପ୍ରେମର ମଳୟ ପରଶରେ


ପାଦ ଦେବା ପାଇଁ ମନ ହୁଏ ଅଳକା ପୁରୀରେ

ରକ୍ତର ଉତ୍ତାପ ବୃଦ୍ଧି ହୁଏ ଦେହରେ ତା ପ୍ରଭାବରେ


ନାରୀ ହସରେ ଫଗୁଣ ଆସେ ନରର ମନରେ

ତାର ମଳୟ ପବନ ଦେହକୁ ଛୁଇଁଗଲେ ଥରେ


ସକାଳେ, ସଞ୍ଜରେ, ପାହାନ୍ତି ଓ ରାତିରେ

ଜାଗରଣେ ଅବା ସ୍ବପ୍ନରେ ରହେ ହୃଦୟରେ 


ଏ ତ ମନର ଦୁଆର, ନାହିଁ କବାଟ ସେଥିରେ 

ପ୍ରତିକ୍ଷଣ ଖୋଲା,ସୁଖ ଭରି ଆନନ୍ଦ ଆଣେରେ  


ଘୁରି ଘୁରି କଟିଯାଏ ସମୟ କେତେ ପ୍ରତୀକ୍ଷାରେ

ଏଇତ ପ୍ରେମର ପରିଭାଷା, ଥାଏ ନିଷ୍ପାପ ଇଛାରେ


ଏହି ଆନନ୍ଦ ଜୁଆର ଉନ୍ମୁକ୍ତ, ସଭିଙ୍କୁ ସ୍ୱାଗତ କରେ

କିଛି ଲୋକ ମାନନ୍ତିନି ଖାଲି ମିଥ୍ୟା ପ୍ରବୃତ୍ତିରେ


ସତ କଥାକୁ ମାନିବା ହେଉଛି ପ୍ରକୃତ ପ୍ରେମର

ସୁଵିଚାର ସତ ଚିନ୍ତା ହେଉଛି ମାଧ୍ୟମ ପ୍ରେମ କଳ୍ପନାର


ପିଲାବେଳ ତିଆରି ବାଲିଘର ଭାଙ୍ଗିବା ପରି ନୁହେଁ ପ୍ରେମର ସ୍ଥିତି

ସୁନ୍ଦର ଆନନ୍ଦମୟ ସୌନ୍ଦର୍ଯ୍ୟମୟ ସଂସାର ପାଇଁ ପ୍ରେମର ସୃଷ୍ଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance