STORYMIRROR

Sukadev Mahanta

Romance

3  

Sukadev Mahanta

Romance

ଦୋଛକିରେ

ଦୋଛକିରେ

1 min
208

ଫୁଲ ତୋଡାଟିଏ   ଦେଇଗଲ ତୁମେ

  କହିଗଲ ଭଲପାଅ ବୋଲି;

ଜାଣିପାରୁନାହିଁ      ରଖିବି କି ନାହିଁ

   ସେହି ଫୁଲ ତୋଡା ମୁହିଁ ବୋଲି;

ବୁଝିପାରୁନାହିଁ       କହିବି କି ନାହିଁ

   ଭଲପାଏ ମୁଁ ତୁମକୁ ବୋଲି 

ଫୁଲ..........||


ତୁମ ପ୍ରଣୟର      ତୁମ ପୀରତିର

  ଶ୍ରାବଣର ବାରିଧାରା ବହି;

ମନର ବେଦନା    ହୃଦୟ ଯାତନା

   ପାରୁନାହିଁ ମୁହିଁ ଜମା ସହି;

ଜାଣିପାରୁନାହିଁ       ଭିଜିବି କି ନାହିଁ

 ତୁମ ପ୍ରଣୟ ବର୍ଷାରେ ବୋଲି

ଫୁଲ........||


ତୁମ ହୃଦୟର    ଅମା ଅନ୍ଧକାର

  ଆକର୍ଷଣ କରୁଅଛି ମୋତେ

ଇଚ୍ଛା ହୁଏ ମୁହିଁ    ହଜି ଯାଆନ୍ତି କି

   ତୁମ ଛାତିର ଅନ୍ଧାରେ ସତେ

ଜାଣି ପାରୁନାହି    ହଜିବି ବି ନାହିଁ

     ସେହି ଘନ ଅନ୍ଧକାରେ ବୋଲି

ଫୁଲ..................||


ଡର ଲାଗେ ମୋତେ     ଘନ ଅନ୍ଧକାରେ

      ତୁମ ଛାତିର ଗହନ ବନେ

ପ୍ରେମ କରିବାକୁ     ମନ ପ୍ରାଣ ଦେଇ

   ଦୁର୍ବାର ଇଛା ଜାଗଇ ମନେ  

ଜାଣିପାରୁନାହିଁ     ବୁଝି ପାରୁନାହିଁ

    ପ୍ରେମ କରିବି କି  ନାହିଁ ବୋଲି  

ଫୁଲ..................||


 ପ୍ରେମ କରିବାକୁ    ଡରନ୍ତି ସକଳେ

   ପ୍ରତାରଣା ମିଳିଥାଏ ବୋଲି

ହାରିବାର ଡରେ   ମୋ ମନ ସାଗରେ

    ଅଶାନ୍ତ ଜୁଆର ଉଠେ ଖାଲି

ଜାଣି ପାରୁନାହିଁ   ଡରିବି କି ନାହିଁ

  କରିବାକୁ ପ୍ରେମ ମୁହିଁ ବୋଲି

ଫୁଲ..............||


ପ୍ରେମ କରି ସର୍ବେ     ସଦା ହାରିଯା'ନ୍ତି

    ମୁଁ ସତେ ହାରି ଯିବି କି ନାହିଁ

ସେଥିପାଇଁ ମୋର    ମନେ  ଶଙ୍କା ଆସେ

     ହାରି ଯିବି କି ହାରିବି ନାହିଁ

 ଅମା ଅନ୍ଧକାରେ    ଉଡି ଯିବି ମୁହିଁ

      ହୃଦ ଆକାଶରେ ଡେଣା ମେଲି

ଫୁଲ.....................||


କହିଦେଲ ତୁମେ     ଭଲ ପାଅ ବୋଲି

   ଅତି ଆପଣାର ଭାବ ବୋଲି

ଜାଣି ପାରୁନାହିଁ       କି ଉତ୍ତର ଦେବି

    ଅତି ଆପଣାର ଲାଗ ଖାଲି

ଭାବୁଛି ତୁମକୁ     କହିବି କି ନାହିିଁ

   ମନପ୍ରାଣେ ଭଲ ପାଏ ବୋଲି 

ଫୁଲ..................||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance